Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେଲ ମାରିଛି ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଫେଲ ମାରିଛି ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଅର୍ଗସ ବ୍ୟୁରୋ:  ନାମ ବାବୁଲା ଭତରା , ବୟସ ୮ ବର୍ଷ , ଜନ୍ମ ରୁ ଭିନ୍ନକ୍ଷମ , ପିତା ମାତା ଦିନ ମଜୁରିଆ , କୁଲି ମଜୁରୀ କଲେ ପରିବାର ପ୍ରତିପୋଷଣ ହୁଏ । ଏମିତିରେ ପୁଅ ଭିନ୍ନକ୍ଷମ ଥିବାରୁ ପରିବାର ଲୋକେ ଚିନ୍ତା ରେ , ବାରମ୍ବାର ୱାର୍ଡ ମେମ୍ବର , ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ ଉପରେ ଆବେଦନ କରିଥିଲେ ମଧ୍ୟ ୮ ବର୍ଷ ହେଇଗଲା ମିଳୁନି ଭତ୍ତା । ଠିକ୍ ସେ କଥା କହିପାରୁନି ବାବୁଲା , ମାଟି ରେ ଘୋଷାଡି ଘୋଷାଡି ବୁଲୁଥିବା ବେଳେ କେମିତି କାହାର ଦୃଷ୍ଟି ପଡୁନି ଦିବ୍ୟାଙ୍ଗ ଶିଶୁ ଉପରେ ତାହା ବଡ ପ୍ରଶ୍ନ । ।

ଜିଲ୍ଲାରେ ଏମିତି ଅନେକ ଭିନ୍ନକ୍ଷମ ଅଛନ୍ତି ଆଜିବି ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବାବୁଲା ଙ୍କ ପିତା ଙ୍କୁ ଆବାସ ଗୃହ ସ୍ଵପ୍ନ ପାଲଟିଛି । ବାରମ୍ବାର ଲିଖିତ ଅନୁରୋଧ କରିବା ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚିତ , ଚାଳଛପର ଘରେ ଦିନ କରୁଛନ୍ତି । ଆବାସ ଗୃହ ପାଇଁ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ଗୁହାରି କରିଥିଲେ ମଧ୍ୟ ମିଳୁ ନାହିଁ ଗୃହ । ଏହି ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ବାବୁଲା ଙ୍କୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କି ପ୍ରକାର ସହାୟତା ଯୋଗାଇଦେବେ ତାକୁ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government schemes are unaffordable for the poor | Argus News