Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗମର ଦୁର୍ଦ୍ଧଶା କହିଲେ ନସରେ

Odisha

ଦୁର୍ଗମର ଦୁର୍ଦ୍ଧଶା କହିଲେ ନସରେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମର ଦୁର୍ଦ୍ଧଶା କହିଲେ ନସରେ

ଅର୍ଗସ ବ୍ୟୁରୋ:   ଝରୀଗାଁ ପଂଚାୟତସମିତିର ଆଦର୍ଶ ଗ୍ରାମପଂଚାୟତର ମାନ୍ୟତା ପାଇଥିବା ବେଲଗାଁ ଗ୍ରାମପଂଚାୟତ। ଏହି ଆଦର୍ଶ ଗ୍ରାମପଞ୍ଚାୟତର ବାସ୍ତବ ଚିତ୍ର କିନ୍ତୁ ଅଲଗା ଯାହାର ନିଚ୍ଛକ ସତ ବଖାଣୁଛି ଏହି ବାସହରା ପରିବାରର ଦୁଃଖ । ବେଲଗାଁ ଠାରେ ବସବାସ କରୁଥିବା କୁମୁଲି ପନକା ଯାହାଙ୍କ ଘର ଆଜକୁ ଦୁଇବର୍ଷ ହେବ ବର୍ଷା ପବନରେ ଭାଙ୍ଗିଯାଇଥିଲା ହେଲେ ବଡବଡିଆ ବାବୁମାନଙ୍କ ଦୟାରୁ ବେଲଗାଁ ଠାରେ ଥିବା ପଶୁଚିକତ୍ସାଳୟ ଗୃହ ବାରଣ୍ଡାରେ ମା ଓ ଝିଅକୁ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିକେ ମିଳିଗଲା । କିନ୍ତୁ ଆଜିସୁଦ୍ଧା ମିଳିଲା ନାହିଁ ଘରଖଣ୍ଡେ । ଖରା ବର୍ଷା ଶୀତ ଏହି ଖୋଲା ବାରଣ୍ଡାରେ ଜୀବନ ଅତିବାହିତ କରୁଛନ୍ତି ଏହି ମା ଝିଅ ଦୁଇପ୍ରାଣୀ ।

ଖୋଲା ଆକାଶ ତଳେ ଏକ ଗଛରେ ରସି ବାନ୍ଧି ସେଠାରେ ସାଇତି ରଖୁଛନ୍ତି ନିଜର ଲୁଗାପଟା । ଏପଟେ ବୁଢ଼ିମା ର ଶରୀର ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଛି ଏବେ ଜେମାମଣି ତାର ଭବିଷ୍ୟତକୁ ନେଇ ଚିନ୍ତାରେ, ହତଭାଗିନୀ କୁମୁଲି ନିଜର ଦୁଃଖ ଜଣେଇବା ଲାଗି ୱାର୍ଡମେମ୍ବର ଙ୍କ ଠାରୁ ଜିଲ୍ଲାପାଳ ମହୋଦୟ ଙ୍କ ନିକଟକୁ ଯାଇ ଗୁହାରିକରିଥିବା କହିଛନ୍ତି କିନ୍ତୁ ଏ ପ୍ରଶାସନ ଏବଂ ରାଜନେତାଙ୍କ ନିକଟରେ ସମୟ ନାହିଁ। 

କହିବାକୁ ଗଲେ  ଏହି ଝରୀଗାଁପଞ୍ଚାୟତ ସମିତିରେ ଏମିତି ଅନେକ ଦୁଃଖୀ ପରିବାର ଅଛନ୍ତି ଯେଉଁମାନେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି କରି ଶେଷରେ ଭାଗ୍ୟକୁ ଆଦରି ଚୁପ ରହିଯାଇଛନ୍ତି କିଏ ଭଙ୍ଗା କୁଡ଼ିଆରେ ତ କିଏ ପଲିଥିନ ତଳେ ଆଉ ଏବେ ଯାହା ଦେଖୁଚୁ କିଏ ଖୋଲା ବାରଣ୍ଡାରେ ଦିନ କାଟୁଛନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
government schemes failed in nabarangpur | Argus News