ବିଜେଡି ସମାବେଶରେ ସରକାରୀ ଶିକ୍ଷକ
·2 years ago·1 min read

ମୟୁରଭଞ୍ଜ : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏବଂ ଦଳୀୟ ପ୍ରେମରେ ବୁଡି ରାଜନୈତିକ ସଭାରେ ଖୋଲାଖୋଲି ରହିଲେ ଶିକ୍ଷକ। ଏଭଳି ଚିତ୍ର ଦେଖିବାକୁ ମିଳିଛି ବିଜେଡି ସମାବେଶରେ। ସୋମବାର ଦିନ ଉଦଳା ଠାରେ ବିଜେଡିର ଉଦଳା ବ୍ଲକସ୍ତରୀୟ କର୍ମୀ ସମାବେଶ ଚାଲିଥିବା ବେଳେ ସେଠାରେ ଉଦଳା ମଠସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟେନ୍ଦୁ ଜେନା ସେଠାରେ ଉପସ୍ଥିତି ଥିଲେ।
ଅଧିକ ପଢନ୍ତୁ : ବିଜେଡିର ପ୍ରଚାର କରୁଛନ୍ତି ସରକାରୀ ଶିକ୍ଷକ
ଉକ୍ତ ସମାବେଶରେ ଉଦଳା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ। ଏବଂ ବିଜେଡି ଉକ୍ତ ସମାବେଶରେ ନିଜ ନିର୍ବାଚନ ପ୍ରଚାର କରିଥିଲା। ହେଲେ ଶିକ୍ଷକ ମହାଶୟ ଜଣକ ବିଜେଡି କର୍ମୀ ସାଜି ସମାବେଶରେ କାମ କରିଥିଲେ। ତାଙ୍କର ଏହି ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗ ପରେ ତଦନ୍ତ କରିଛି ପ୍ରଶାସନ ଏବଂ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: