Videos
|
Odisha

ଅଧପନ୍ତରିଆ ଭାବେ ପଡିରହିଛି ସରକାରୀ କାମ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଅଧପନ୍ତରିଆ ଭାବେ ପଡିରହିଛି ସରକାରୀ କାମ

ଅର୍ଗସ ବ୍ୟୁରୋ: ରାସ୍ତା ପାଇଁ ମାଟି ବିଛା ଯାଇଛି,ପାଣି ପାଇଁ ପାଇପ ବିଛା ଯାଇଛି, ହେଲେ ନାଁ ସରୁଛି ରାସ୍ତା କାମ ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାଣଇ। ଜଙ୍ଗଲ ଭେଦି ପାରୁନି ପକ୍କାରାସ୍ତା। ନାଲି ମାଟିର ରାସ୍ତା ସାଜିଛି ସାହା ଭରସା। ଦୀର୍ଘ ୨୪ବର୍ଷ ବିଜେଡି ଶାସନ କାଳରେ ମିଳି ପାରିଲାନି ପକ୍କା ରାସ୍ତା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜାମଦା ବ୍ଲକ ଅନ୍ତର୍ଗତ ହେଁସଡା ଗ୍ରାମପଞ୍ଚାୟତ ଚାନ୍ଦିଖମଣ ଗାଁର ଡୁଙ୍ଗୁରିସାହିରେ। ଏହି ରାସ୍ତା ହେଉଛି ଗାଁର ମୁଖ୍ୟ ରାସ୍ତା । ଗାଁକୁ ଯିବାକୁ ରାସ୍ତା ନିର୍ମାଣ ମାଟି ପକା ଯାଇଛି ସତ ମାତ୍ର କାମ ସାରିବାକୁ ଭୁଲିଯାଇଛି ପ୍ରଶାସନ। ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ଶୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଆତଯାତ କରିବାକୁ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।

ଖାଲି ରାସ୍ତା ସମସ୍ୟାରେ ସରିନି ନିରୀହ ଆଦିବାସୀଙ୍କ ଦୁଃଖ। ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ହେଉଛନ୍ତି ଡହଳ ବିକଳ।  ଜାମଦା ଜଳ ଯୋଗାଣ ପକ୍ଷରୁ ଗ୍ରାମବାସୀଙ୍କ ଜଳ କଷ୍ଟ ଦୂର କରିବା ପାଇଁ  ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଦ୍ବାରା ଏକ ପ୍ରକଳ୍ପ ନିର୍ମାଣ ହୋଇଛି। ଡିସେମ୍ବର ୨୦୨୧ରେ  ପ୍ରକଳ୍ପ କାମ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଶେଷ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ଘର ସମ୍ମୁଖରେ ପାଇପ ଝୁଲେଇ ଦେଇଛନ୍ତି ଜଳଯୋଗାଣ ବିଭାଗ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀଙ୍କୁ ମିଳି ପାରିନାହିଁ ଟୋପାଏ ବିଶୁଦ୍ଧ ଜଳ। ଫଳରେ ଲୋକେ ବାଧ୍ୟ ହୋଇ ପୋଖରୀ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି।

ଦୁର୍ଗମରେ ଅପହଞ୍ଚ ସରକାରୀ ଯୋଜନା। ରାସ୍ତା ପାଣି ବିନା ବହୁ କଷ୍ଟରେ ଜୀବନ ବଞ୍ଚୁଛନ୍ତି ଦୁର୍ଗମବାସୀ। ଏଠି ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚିଛି ସତ ମାତ୍ର ତାହା ସମ୍ପୁର୍ଣ୍ଣ ହେଉନି। ଅଧପନ୍ତରାରେ ପଡିଥିବା ଯୋଜନା ଦେଖି ଅଧିକ କଷ୍ଟ ପାଉଛନ୍ତି ଦୁର୍ଗମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Government work is not doing well | Argus News