Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିନିକିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ

Odisha

ଦିନିକିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ

Ritu Das
Browse all articles by Ritu Das
·2 years ago·1 min read
ଦିନିକିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ

ଅର୍ଗସ ବ୍ୟୁରୋ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ । ଶୁଳିଆପଦାର ବିଭିନ୍ନ ସ୍ଥାନରେ  ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଣିଲେ ଲୋକଙ୍କ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟପାଳ ରଘୁବର ଦାସ ଗତକାଲି ସନ୍ଧ୍ୟାରେ ବାରିପଦାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସକାଳୁ ଶୁଳିଆପଦା ବ୍ଲକର କୁଜିଡିହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀଙ୍କ ଓ ଅଭିଭାବକଙ୍କ ସହ ପୋଷଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । 

ପରେ ବଡ଼ଢେଙ୍କିଆ ଗ୍ରାମରେ ପହଞ୍ଚି ଚାଷୀ ମାନଙ୍କ ସହ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଓ  ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲ୍ଲାର ଜଳ ସେଚନ ବ୍ୟବସ୍ଥା କୁ ନେଇ ଚିନ୍ତା ପ୍ରକଟ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ  ଜଳସେଚନ ବ୍ୟବସ୍ଥା କିପରି ହେଇ ପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ତାଗିଦ୍ କରିବା ସହିତ ରାଜ୍ୟ ସରକାରଙ୍କୁ  ଏ ବାବଦରେ ଜଣେଇବା କଥା କହିଛନ୍ତି ମହାମହିମ ରାଜ୍ୟପାଳ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Governor on a day | Argus News