ଯୋଗ୍ୟଙ୍କୁ ମିଳିନି, ଅଯୋଗ୍ୟଙ୍କୁ ମିଳୁଛି ଘର
·2 years ago

ଅର୍ଗସ ବ୍ୟୁରୋ: ଆବାସ ଦୁର୍ନୀତିର ସତ ଧରିଲେ ରାଜ୍ୟପାଳ ରଘୁବର ଦାସ । ଯୋଗ୍ୟଙ୍କୁ ମିଳିନି, ଅଯୋଗ୍ୟଙ୍କୁ ମିଳୁଛି ଘର। ଯାହାର ପ୍ରମାଣ ନିଜେ ରାଜ୍ୟପାଳ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ଦେଖିବାକୁ ପାଇଛନ୍ତି । ଶୁକ୍ରବାର ବାଲେଶ୍ୱର ଜିଲ୍ଲାର ମର୍ଦ୍ଦରାଜପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ରାଜ୍ୟପାଳ ରଘୁବର ଦାସ । ଏହି ସମୟରେ ଏକ ଦିବ୍ୟାଙ୍ଗ ପରିବାର ଅବାସରୁ ବଞ୍ଚିତ ଥିବା ଜାଣି ଉଦବେଗ ପ୍ରକାଶ କରିଥିଲେ ।
ଏନେଇ ରାଜ୍ୟପାଳ ବାଲେଶ୍ବର ଜିଲ୍ଲାପାଳ ଓ ରେମୁଣା ବିଡିଓଙ୍କୁ ତାଗିଦ୍ କରିଥିଲେ । କିଛି ଦିନ ପୂର୍ବରୁ ସୁବର୍ଣ୍ଣପୁର ଗସ୍ତ ସମୟରେ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିନି ସେମାନଙ୍କୁ ଘର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଭର୍ଣ୍ଣର୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: