|
logo
Live

Argus News - ASOଙ୍କୁ ମାଡ ମରା ଘଟଣା; ବିନା ସର୍ତ୍ତରେ କ୍ଷମା ମାଗିଲେ ମୁଖ୍ୟ ଦୋଷୀ

Odisha

ASOଙ୍କୁ ମାଡ ମରା ଘଟଣା; ବିନା ସର୍ତ୍ତରେ କ୍ଷମା ମାଗିଲେ ମୁଖ୍ୟ ଦୋଷୀ

Smruti Parija
Browse all articles by Smruti Parija
·1 year ago·1 min read
ASOଙ୍କୁ ମାଡ ମରା ଘଟଣା; ବିନା ସର୍ତ୍ତରେ କ୍ଷମା ମାଗିଲେ ମୁଖ୍ୟ ଦୋଷୀ

ଭୁବନେଶ୍ୱର:  ଓଡିଶା ରାଜଭବନର ଏ.ଏସ.ଓ. ବୈକୁଣ୍ଠ ପ୍ରଧାନଙ୍କ ସହ ହୋଇଥିବା ଘଟଣା ସଂକ୍ରାନ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୀଡିତ ପକ୍ଷ ଶ୍ରୀବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କ ସହ ଏ.ଏସ.ଓ. ସଂଗଠନର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ନିଜ କଥା ରଖିଥିଲେ । ତାଙ୍କର ଦାବି ଅନୁସାରେ ଏହି ଘଟଣାର ମୁଖ୍ୟ ଦୋଷୀ ପ୍ରତିନିଧି ମଣ୍ଡଳ ସହ ସମସ୍ତଙ୍କ ସମ୍ମୁଖରେ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । 

ଏହାସହ ରାଜ୍ୟପାଳ ମାଡ଼ପିଟରେ ସଂପୃକ୍ତ ଦୋଷୀ ସୁରକ୍ଷା କର୍ମୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ଆଶ୍ଵାସନା ଦେଇଛନ୍ତି । ଏହାପରେ ଶ୍ରୀ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ମାମଲା ପ୍ରତ୍ୟାହାର କରିବା କଥା କହିଛନ୍ତି ।

ସୂଚନାଥାଉ କି, ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ASOଙ୍କୁ ମାଡ ମରା ଘଟଣା; ବିନା ସର୍ତ୍ତରେ କ୍ଷମା ମାଗିଲେ ମୁଖ୍ୟ ଦୋଷୀ | Argus News