|
logo
Live

Argus News - ରାଜ୍ୟପାଳଙ୍କ ଅଭିଭାଷଣ : ୫ ବର୍ଷରେ ୪୬ ହଜାର ୯୮୬ ଜଣଙ୍କ ନିଯୁକ୍ତି

Odisha

ରାଜ୍ୟପାଳଙ୍କ ଅଭିଭାଷଣ : ୫ ବର୍ଷରେ ୪୬ ହଜାର ୯୮୬ ଜଣଙ୍କ ନିଯୁକ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଜ୍ୟପାଳଙ୍କ ଅଭିଭାଷଣ : ୫ ବର୍ଷରେ ୪୬ ହଜାର ୯୮୬ ଜଣଙ୍କ ନିଯୁକ୍ତି

ଅର୍ଗସ ବ୍ୟୁରୋ : ଆଜି ବିଧାନସଭା ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ। ଦୀର୍ଘ ୧ ଘଣ୍ଟା ୫୮ ମିନିଟ ଧରି ସେ ନିଜର ଅଭିଭାଷଣ ଦେଇଥିଲେ । ସେ କହିଥିଲେ, ଆସନ୍ତା ୮ ତାରିଖରେ ଆସିବ କାମଚଳା ବଜେଟ ।  ୧୩ ତାରିଖ ଯାଏଁ ଚାଲିବ ଅଧିବେଶନ, ଏଥିରେ ୭ଟି କାର୍ଯ୍ୟଦିବସ ରହିଛି । ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି ।  ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଅଧିକ ପଢନ୍ତୁ : ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ, ରାଜ୍ୟପାଳଙ୍କ ଅଭିଭାଷଣ

ଏଥିସହ ଅଭିଭାଷଣରେ ସରକାରୀ ନିଯୁକ୍ତି କଥା କହିଛନ୍ତି ରାଜ୍ୟପାଳ । ଓଡ଼ିଶା ଲୋକସଭା ଆୟୋଗ ଜରିଆରେ ୧୫ ହଜାର ୯୬ ନିଯୁକ୍ତି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଜରିଆରେ ୧୨ ହଜାର ୯୮୮ ନିଯୁକ୍ତି , ଓଡିଶା ସବଅର୍ଡିନେଟ୍ ଷ୍ଟାଫ୍ କମିଶନ ଦ୍ବାରା ୧୮ ହଜାର ୯୦୨ ନିଯୁକ୍ତି । ୫ ବର୍ଷରେ ୪୬ ହଜାର ୯୮୬ ଜଣ ନିଯୁକ୍ତି ପାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟପାଳଙ୍କ ଅଭିଭାଷଣ : ୫ ବର୍ଷରେ ୪୬ ହଜାର ୯୮୬ ଜଣଙ୍କ ନିଯୁକ୍ତି | Argus News