ଗୋବିନ୍ଦ ସାହୁଙ୍କ ପରିବାରର ଟ୍ରଷ୍ଟି ମାଲିକାନା ଅଧିକାର ପାଇଁ ବିବାଦ
·2 years ago

ଅର୍ଗସ ବ୍ୟୁରୋ: ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଉପରେ ଗୋବିନ୍ଦ ସାହୁଙ୍କ ପରିବାରର ଟ୍ରଷ୍ଟି ମାଲିକାନା ଅଧିକାର ପାଇଁ ପୁଣି ବିବାଦ। ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଗୋବିନ୍ଦ ସାହୁଙ୍କ ପରିବାର ଏବଂ ମହାଲିଙ୍ଗ କଲେଜ କର୍ତୃପକ୍ଷ। ଟ୍ରଷ୍ଟିବଡି ଭାବରେ ମୃତ ଗୋବିନ୍ଦ ସାହୁ, ପ୍ରଶାନ୍ତ ଯୋଶୀ, କ୍ରାନ୍ତି ଦାସ ତିନି ଜଣଙ୍କ ନାଁରେ କଲେଜ ଚାଲିଥିଲା। ହେଲେ କଲେଜର ସମସ୍ତ ଦାୟିତ୍ୱ ଗୋବିନ୍ଦ ସାହୁଙ୍କ ଦ୍ୱାରା ପରିଚାଳିତ ହେଉଥିଲା।
ପରବର୍ତ୍ତୀ ସମୟରେ ମମିତା ହତ୍ୟାକାଣ୍ଡ ଓ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ଆତ୍ମହତ୍ୟା ପରେ, ଗୋବିନ୍ଦଙ୍କ ପରିବାର କଲେଜରେ ଲିଗାଲ ଅଧିକାର ମାଗୁଛନ୍ତି। ଅନ୍ୟପଟେ କଲେଜ କର୍ତୃପକ୍ଷ ମଧ୍ୟ ଗୋବିନ୍ଦ ସାହୁଙ୍କ ଝିଅ ନାଁ ରେ ଅଭିଯୋଗ ଆଣିଛନ୍ତି। କଲେଜ ଟଙ୍କାକୁ ମନଇଚ୍ଛା ଉଠାଇଥିବା ନେଇଥିବା ଅଭିଯୋଗ କରିଥିଲେ। କେଗାଁ ଫାଣ୍ଡିରେ ଉଭୟପକ୍ଷର ଅଭିଯୋଗ ପରେ ଉଭୟପକ୍ଷ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଚର୍ଚ୍ଚା ଜାରି ରଖିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: