Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳ 8ଟା ବାଜିଲାଣି, ବାବୁଙ୍କର ଦେଖା ନାହିଁ

Smruti Parija
Browse all articles by Smruti Parija
·2 years ago·2 min read
ସକାଳ 8ଟା ବାଜିଲାଣି, ବାବୁଙ୍କର ଦେଖା ନାହିଁ

ଭଦ୍ରକ:  ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ  ବିଭାଗ । ସମୟ 8 ଟା । ଏ ଘଣ୍ଟାଟି ଲାଗିଛି ବାସୁଦେବପୁର ବ୍ଲକ ପରିସରରେ । 7 ଟାରେ ଖୋଲିବା ତ ଦୂରର କଥା 8 ଟା ପରେ ମଧ୍ୟ ବାସୁଦେବପୁର ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ତାଲା ଝୁଲୁଛି । ସକାଳୁ ସକାଳୁ ଲୋକଙ୍କର ଭିଡ଼ ଲାଗିଲାଣି । ହେଲେ ସରକାରୀ ବାବୁମାନଙ୍କର ନିଦ ଭାଙ୍ଗିନାହିଁ । ଫଳରେ କାର୍ଯ୍ୟାଳୟରେ ତାଲା ପଡିଛି । କେତେକ ବିଭାଗର ତାଲା ପଡିଥିବାବେଳେ ଆଉ କେତେକ ବିଭାଗରେ କବାଟ ଖୋଲା ଅଛି ହେଲେ ବାବୁ ମାନେ ଆସି ନାହାନ୍ତି। 

କେବଳ ଏ ଗୋଟେ ବିଭାଗ ନୁହେଁ । ଏ ହେଉଛି ସେକ୍ସନ ବିଭାଗ ହେଲେ ବିଭାଗର କବାଟ ଖୋଲା ଅଛି ହେଲେ ବାବୁ ଆସି ନାହାନ୍ତି । ଚେୟାର ଟେବୁଲ ଫାଙ୍କା ପଡିଛି । ଆଉ ତା ପାଖକୁ ଲାଗିଛି ମଙ୍ଗଳ ବିଭାଗ ଅଧିକାରୀ । ସେ ବିଭାଗରେ ମଧ୍ୟ ତାଲା । ତା ପାଖକୁ ରହିଛି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ସେଠାରେ ମଧ୍ୟ ତାଲା ପଡିଛି । ମିଶନ ଶକ୍ତି ବିଭାଗର କବାଟ ଖୋଲା ଅଛି ହେଲେ ଭିତରେ ଚେୟାର ଫାଙ୍କା । 

ସେହିପରି ସିଡିପିଓଙ୍କ କାର୍ଯ୍ୟାଳୟ । ସେଠାରେ ଲାଗିଥିବା ଘଣ୍ଟାକୁ ଦେଖନ୍ତୁ । ସାଢ଼େ 7ଟା ବାଯିବାକୁ ବସିଲାଣି । କାର୍ଯ୍ୟାଳୟ ତ ଖୋଲା ହେଇଛି । ହେଲେ ଖୋଦ ମାଡାମ ଙ୍କର ଦେଖା ନାହିଁ । ଚେୟାର ଫାଙ୍କା ପଡିଛି ।  କେବଳ 2ଜଣ କମ୍ପ୍ୟୁଟର ପିଲାଙ୍କୁ ଛାଡିଦେଲେ ଅନ୍ୟ କର୍ମଚାରୀଙ୍କର ଦେଖା ନାହିଁ । ଏରିଆ ବାହାନା କରି ତାଙ୍କର କର୍ମଚାରୀ ମାନେ ବାହାରେ ରହୁଛନ୍ତି ହେଲେ ଅଫିସକୁ ସଠିକ ସମୟରେ ଆସୁ ନାହାନ୍ତି । ସେହିପରି ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମାନ ଅବସ୍ଥା । ସାଢ଼େ 7ଟା ବାଯିବାକୁ ବସିଲାଣି । କେବଳ ପିଅନ ଆସିଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କ ଦେଖା ମିଳୁନି । ଯେଉଁଥିପାଇଁ ଲୋକେ ଅଫିସକୁ ଆସି ବାରମ୍ବାର ଫେରୁଛନ୍ତି । ଫଳରେ ଅସନ୍ତୋଷ ଦେଖା ଦେଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଉପକୂଳ ଓଡିଶାରେ ସକାଳ 7ଟାରୁ ସକାଳୁଆ ଅଫିସ ଖୋଲାଯାଇ ଦିନ ଗୋଟାଏରେ ବନ୍ଦ ହେବାର ନିୟମ ରହିଛି । ହେଲେ ସରକାରୀ ବାବୁ ମାନେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ନିର୍ଦେଶକୁ ମାନୁ ନାହାନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored