ପାହାଡ ଜଙ୍ଗଲ ରାସ୍ତା ଅତିକ୍ରମ କରିପାରୁନି ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ: ଦୁର୍ଗମର ଆଦିବାସୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା। ପାହାଡ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାରୁନି ସରକାରୀ ଯୋଜନା। ବର୍ଷ ବର୍ଷ ଧରି ମୌଳିକ ସୁବିଧା ଅପେକ୍ଷାରେ ଦୁର୍ଗମ କୁଣ୍ଡେଇ ସିଂଗ । ଗଜପତି ଗୁମ୍ମା ବ୍ଲକ କୁଜାସିଂଗ ପଞ୍ଚାୟତର କୁଣ୍ଡେଇ ସିଂଗ । ପାହାଡ଼ ଜଙ୍ଗଲ ଘେରା ଏହି ଗାଁରେ ବସବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ । ଯେଉଁ ମାନଙ୍କ ପାଇଁ ଯୋଜନା ଆଜିବି ସାତସପନ। ଗାଁକୁ ଯିବାକୁ ନାହିଁ ରାସ୍ତା । ଖାଲ ଖମାର ଭରା ରାସ୍ତାରେ ପ୍ରାୟ ତିନିରୁ ଚାରି କିଲୋମିଟର ଗଲା ପରେ ଏହି ଜଙ୍ଗଲ ରାସ୍ତା ହିଁ ଭରସା ।
ଗାଁରେ ପାନୀୟ ଜଳର ଘୋର ସଙ୍କଟ। ଏହି ପାହାଡି ନାଳ ଏମାନଙ୍କ ପାଇଁ ବସୁଧା । ପ୍ରତିଦିନ ୪ କିଲୋମିଟର ଦୂରରେ ଥିବା ଏହି ନାଳ ପାଣି ନେଇ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ସେଭଳି ଆବାସ ଯୋଜନା ଏମାନଙ୍କ ପାଇଁ ପ୍ରଚାରରେ ସିମିତ। ସରକାରଙ୍କ ଯୋଜନାର ଲମ୍ବା ତାଲିକା କୁଣ୍ଡେଇ ସିଂଗ ପାଇଂ କେବଳ ପ୍ରଚାରରେ ସିମିତ। ସରକାରଙ୍କ ସ ବୁ ପ୍ରତିଶୃତି ଏମାନଙ୍କ ପାଇଁ ପ୍ରତାରଣା। ଦୁର୍ଗମର ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ ସରକାରୀ ସୁବିଧା। ସରକାରଙ୍କ ପ୍ରତିଶୃତି ପ୍ରତି ଶେଷରେ ବିମୁଖ ହୋଇ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: