Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋ ବସ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ

Ritu Das
Browse all articles by Ritu Das
·1 year ago·1 min read
ମୋ ବସ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ

ଅର୍ଗସ ବ୍ୟୁରୋ: ବେପରୁଆ ଗାଡ଼ି ଚାଲାଣ କରୁଥିବା ମୋ ବସ ଡ୍ରାଇଭରଙ୍କ  ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗାଡ଼ିରେ ଲାଗିବ speed governance. ସହର ଭିତରେ ମୋ ବସର ସ୍ପିଡ଼ ରହିବ 40 କିଲୋମିଟର ଏବଂ ସହର ବାହାରେ ବସର ବେଗ ରହିବ 50 କିଲୋମିଟର । କେବଳ ଲାଇସେନ୍ସ ପ୍ରାପ୍ତ ଡ୍ରାଇଭର ମାନେ ଚଳାଇବେ ମୋ ବସ। ଲାଇସେନ୍ସ ଚେକିଂ ହେବା ସହ ଲାଇସେନ୍ସ ଥିଲେ ଗାଡ଼ିରେ ଚଢିବେ ଡ୍ରାଇଭର। ଡ୍ରାଇଭର ମଦ୍ୟପାନ କରିଛ କି ନାହିଁ ତାହା ମଧ୍ୟ ଚେକ କରାଯିବ। ଟେଷ୍ଟ ହେଇ ଗାଡିରେ ଚଢିବେ ଡ୍ରାଇଭର ଏବଂ ଗାଡ଼ିରୁ ଓହ୍ଲାଇଲା ପରେ ଟେଷ୍ଟ କରାଯିବ। ଏହି ନିୟମକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। 

ସହର ହେଉ ବା ସହର ବାହାରେ ସବୁବେଳେ ଦ୍ରୁତଗତି, ବେପରୁଆ ଚାଳନା ମୋ ବସ ଦୁର୍ଘଟଣାର ମୁଖ୍ୟକାରଣ। ସହଜ, ଶୀଘ୍ର ଓ ସ୍ୱଳ୍ପ ପଇସାରେ ଯାତାୟତ ପାଇଁ ଲୋକେ ମୋ ବସକୁ ଭରଷା କରନ୍ତି। ହେଲେ ଏବେ ମୋ ବସ ପ୍ରତି ଲୋକଙ୍କ ଭରସା ଭାଙ୍ଗି ଭୟ ଆସିଲାଣି। ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେଉଁଠି ଯେତେବେଳେ ମୋ ବସ ଦୁର୍ଘଟଣା ଘଟାଏ ସେତେବେଳେ CRUT (କ୍ରୁଟ ) ପକ୍ଷରୁ କୌଣସି ସାହାଯ୍ୟ ତ ଦୂରର କଥା ଘଟଣା ସ୍ଥଳକୁ ମଧ୍ୟ କୌଣସି ଅଧିକାରୀ ଆସନ୍ତି ନାହିଁ। ଦୁର୍ଘଟଣାର ଶିକାର ହେଉଥିବା ଲୋକ କିଏ ପ୍ରାଣ ହରାଏ ତ କିଏ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ସଂଘର୍ଷ କରେ। 
ପ୍ରତିଦିନ ଦୁର୍ଘଟଣା ସହ ଯାତ୍ରାରେ ଦୁର୍ବ୍ୟବହାର ଭଳି ଅଭିଯୋଗ ମୋ ବସ ନାଁରେ ଆସେ। ମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ସଠିକ ଭାବେ କାର୍ଯ୍ୟକାରୀ ହେଲେ ପ୍ରତିଦିନର ଦୁର୍ଘଟଣାକୁ ରୋକିହେବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt's new measures | Argus News