Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚିକିଟି ମଦ ମୃତ୍ୟୁ ଘଟଣା ପରେ ସରକାରଙ୍କର ମଦ ବିରୋଧି କଡା ଆଭିମୁଖ୍ୟ

Odisha

ଚିକିଟି ମଦ ମୃତ୍ୟୁ ଘଟଣା ପରେ ସରକାରଙ୍କର ମଦ ବିରୋଧି କଡା ଆଭିମୁଖ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ଚିକିଟି ମଦ ମୃତ୍ୟୁ ଘଟଣା ପରେ ସରକାରଙ୍କର ମଦ ବିରୋଧି କଡା ଆଭିମୁଖ୍ୟ

ଅର୍ଗସ ବ୍ୟୁରୋ: ଚିକିଟି ମଦ ମୃତ୍ୟୁ ଘଟଣା ପରେ ସରକାରଙ୍କର ମଦ ବିରୋଧି କଡା ଆଭିମୁଖ୍ୟ । ବର୍ଷକ ଭିତରେ ବେଆଇନ ମଦ ବେପାର ବନ୍ଦ ପାଇଁ ରାଜ୍ୟ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ବିଧାନସଭାରେ ମୁଲତବି ଆଲୋଚନା ଚାଲିଥିବା ବେଳେ ଅବକାରୀ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ ରହିବନି ମଦ ଦୋକାନ । ବିକ୍ରି ହୋଇପାରିବନି ମଦ । ଚୋରା ମଦ ନେଟଓ୍ବର୍କ ବନ୍ଦ କରାଯିବ । ଯେଉଁମାନେ ବେଆଇନ ମଦ କାରବାରରେ ଲିପ୍ତ ଅଛନ୍ତି ସେମାନେ କ୍ରିମିନାଲ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୃଷ୍ଠପୋଷକତା ରହିିଛି । ଏହା ବନ୍ଦ ହେଉ ବୋଲି ସେ କହିଛନ୍ତି । ବେଆଇନ ମଦ ପ୍ରସ୍ତୁତି ଯାଗା ଉପରେ ବୁଲଡୋଜର ଚାଲିବ ବୋଲି ପୂର୍ବରୁ କହିସାରିଥିଲେ ଅବକାରୀ ମନ୍ତ୍ରୀ । ଏବେ ବେଆଇନ ମଦ ବେପାର ଉପରେ ଅଙ୍କୁଶ ଲଗାଇବା ପାଇଁ ଦୃଢ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିସହ ବନ୍ଦ ହେବ ଡ୍ୟାନ୍ସ ବାର । 

ଚିକିଟି ମଦ ମୃତ୍ୟୁ ଘଟଣା ପରେ ଆକସନ ମୋଡକୁ ଆସିଛନ୍ତି ନୂଆ ସରକାର । ଦେଖନ୍ତୁ ଏ ଦୃଶ୍ୟକୁ । କିପରି ସୁଡଙ୍ଗ କରି ପ୍ରସ୍ତୁତ ହେଉଥିଲା ଦେଶୀ ମଦ । ଭୁବନେଶ୍ବର ସାଲିଆ ସାହିରେ ରେଡ କରିଛି କମିଶନରେଟ ପୋଲିସ । ମଦକୁ ନଷ୍ଟ କରିବା ସହିଚ 975 ଲିଟର ଦେଶି ମଦ  ଜବତ କରିଛି ।22ଲିଟର ବିଦେଶୀ ମଦ ଜବତ ସହ 500 ଲିଟର ମହୁଆ ଓ୍ବାସ ନଷ୍ଟ କଲା କମିଶନରେଟ ପୋଲିସ । 2 ମହିଳା ମଦ ବେପାରିଙ୍କ ସହିତ 20ଜଣଙ୍କୁ ଗିରଫ କରାଯାଇଛି ।  ଆଉ ଏ ଦୃଶ୍ୟ ହେଉଛି ବାଲେଶ୍ବରର । ବାଲେଶ୍ବର ସହର ପୁରୁଣା ବାଲେଶ୍ବର ନିକଟରେ ଏକ ଦେଶୀ ମାଦ ଭାଟିରେ ଅଚାନକ ଚଢାଉ କରିଥିଲା ପୋଲିସ ଓ ଅବକାରୀ ବିଭାଗ। ଚଢ଼ାଉ ବେଳେ ୨୦ ହଜାର ଲିଟର ଦେଶୀ ମଦ ପୋଚ ନଷ୍ଟ କରାଯିବା ସହ ୫୦୦ ଲିଟର ମଦ ଜବତ ହୋଇଛି।

ଓଡିଶାରେ ବେଆଇନ ମଦର ବଡ ନେଟଓ୍ବର୍କ ଚାଲିଛି । ପୂର୍ବ ସରକାର ଥିଲେ ମଦ ବନ୍ୟାର ନାୟକ । ଚାନ୍ଦା ଓ ହାତ ପାଣ୍ଠି ଯୋଗାଡ କରିବାରେ ଏହା ଏକ ବଡ ମାଧ୍ୟମ ବୋଲି କୁହାଯାଉଛି । ଓଡିଶାର ଗାଁ ଗାଁରେ ମଦର ବନ୍ୟା । ଏମିତି ଅନେକ ଗାଁ ଅଛି ଯେଉଁଠି ପିଇବା ପାଣି ଟିକିଏ ନାହିଁ କିନ୍ତୁ ମଦ ମିଳୁଛି । ଏବେ ରାଜ୍ୟ ସରକାରଙ୍କ କଠୋର ନିଷ୍ପତ୍ତି ପରେ ମଦ ମାଫିଆଙ୍କ ଭିତରେ ଛନକା ପଶିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...


 

Sponsored
Govt's strict stance against liquor after Chikiti liquor death incident | Argus News