ଭୁବନେଶ୍ୱର ଜନତା ମୈଦାନରେ ଭବ୍ୟ ଶପଥ ସମାରୋହ

ଅର୍ଗସ ବ୍ୟୁରୋ: ମନ୍ତ୍ରୀମଣ୍ଡଳର ସହଯୋଗୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ସରକାର। ଚାରି ଚାରି ଥରର ବିଧାୟକ, ଟାଣୁଆ ଆଦିବାସୀ ନେତା ମୋହନ ମାଝୀ। ରାଜ୍ୟପାଳ ରଘୁବର ଦାସଙ୍କ ଦ୍ବାରା ପଦ ଓ ଗୋପନୀୟତାର ଶପଥ ନେବା ସହ ଓଡ଼ିଶାର ଦାୟିତ୍ବ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପ୍ରଥମ ଥର ହୋଇଛି ବିଜେପି ସରକାର। ନୂଆ ସରକାରର ଶପଥ ସମାରୋହ ପାଇଁ ବିଶାଳ ଆୟୋଜନ। ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି। ଏଥିରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମଞ୍ଚ ଉପରେ ଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡା, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଓଡ଼ିଶାର ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗଦେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଗୋଆ, ଛତିଶଗଡ଼ ଭଳି 9ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉତ୍ସବରେ ହୋଇଥିଲେ ସାମିଲ। ହଜାର ହଜାର ଜନତାଙ୍କ ଉପସ୍ଥିତିରେ ହେଲା ଶପଥ ସମାରୋହ। ମୁଖ୍ୟମନ୍ତ୍ରୀଙ୍କ ପରେ ଶପଥ ନେଲେ ଓଡ଼ିଶାର ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ।ଶପଥ ସମାରୋହ ସରିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ଜନତାଙ୍କୁ ପ୍ରଣାମ କରି କୃତଜ୍ଞତା ଜଣାଇଲେ ମୋଦି।
ଅଧିକ ପଢ଼ନ୍ତୁ ଓଡିଶା ଖବର: