ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା
·1 year ago

ଅର୍ଗସ ବ୍ୟୁରୋ: ଧରାବରଣ କରିଛନ୍ତି ମାଆ ଦୁର୍ଗା । ରାଜଧାନୀ ସମେତ ପୂରା ରାଜ୍ୟରେ ପୂଜା ବଜାରର ମାହୋଲ। ପୀଠରେ ଆଜି ମହାନବମୀ ପୂଜା ହୋଇଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଦେବୀ ଜଗତଜନନୀଙ୍କୁ ଦେଖିବା ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ରାଜଧାନୀର ୧୮୮ ଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।
ସୁଉଚ୍ଚ ତୋରଣ ଆଲୋକ ମାଳାରେ ଝଲସୁଛି ଭୁବନେଶ୍ବର। ଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। ଆଲୋକ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଓ ଆହୁରି କେତେ କଣ ରହିଛି ଦର୍ଶକଙ୍କ ପାଇଁ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି । ଏହାସହ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: