ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମହାନତା
·1 year ago

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମହାନତା । ନିଜ ଘରେ କ୍ୟାମ୍ପ ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ କଲେ ସିଏମ୍ । କେନ୍ଦୁଝର ସହର ସ୍ଥିତ ମଣ୍ଡୁଆ ବାସଭବନ ଠାରେ ନୂତନ ଭାବେ ନିର୍ମିତ କ୍ୟାମ୍ପ ଅଭିଯୋଗ ପ୍ରକୋଷ୍ଠକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ 5 ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣି କରିବା ସହ ତ୍ବରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ପ୍ରକୋଷ୍ଠ କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟକାରୀ ହେବ । ଏହା ସହ ଜିଲ୍ଲାପାଳଙ୍କ ଅଭିଯାଗ ଶୁଣାଣି ପରେ ଯେଉଁ ବ୍ୟକ୍ତିମାନେ ନ୍ୟାୟ ପାଇବାରୁ ବଞ୍ଚିତ ଅନୁଭବ କରିବେ ସେମାନେ ଏହି କ୍ୟାମ୍ପ ଅଭିଯୋଗ ପ୍ରକୋଷ୍ଠରେ ନିଶ୍ଚିତ ଭାବେ ଅଭିଯୋଗ କରି ପାରିବେ ବୋଲି ଆଶ୍ଵସନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: