|
logo
Live

Argus News - ଛାତ୍ର ସଂସଦ ନିର୍ବାଚନ ପାଇଁ ଗ୍ରୀନ ସିଗନାଲ

Odisha

ଛାତ୍ର ସଂସଦ ନିର୍ବାଚନ ପାଇଁ ଗ୍ରୀନ ସିଗନାଲ

Ritu Das
Browse all articles by Ritu Das
·1 year ago·1 min read
ଛାତ୍ର ସଂସଦ ନିର୍ବାଚନ ପାଇଁ ଗ୍ରୀନ ସିଗନାଲ

ଅର୍ଗସ ବ୍ୟୁରୋ: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ ପରେ କ୍ୟାମ୍ପସରେ  ଛାତ୍ର ସଂସଦ ନର୍ବାଚନ ନେଇ ବାଟ ଫିଟିଛି । ଛାତ୍ରଛାତ୍ରୀଙ୍କ ହିତ ପାଇଁ ସରକାର ଏକ ସକରାତମକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଛାତ୍ର ସଂସଦ ନିର୍ବାଚନ ପାଇଁ ଉଷ୍ମ ହେଲାଣି କ୍ୟାମ୍ପସ୍‌‌ । ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା  ଖୋଲିଲାଣି ହେଲ୍ପ ଡେସ୍କ। ନବାଗତଙ୍କୁ ସ୍ୱାଗତ ପାଇଁ  ପୁଶିଂ କାର୍ଡର ବର୍ଷା କଲେଣି ଆଶାୟୀ ଛାତ୍ର ନେତା। କ୍ୟାମ୍ପସରେ ଚାଲିଛି  ଚାରାରୋପଣ, ବନ୍ଧୁମିଳନ ପରି କାର୍ଯ୍ୟକ୍ରମ। ଦୁର୍ଗାପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ସାରା ରାଜ୍ୟର ବିଭିନ୍ନ କଲେଜର ଛାତ୍ର ନେତାଙ୍କ ଭିତରେ ଦେଖାଦେଇଛି ଉତ୍ସାହ।

୨୦୧୭ ମସିହାରେ ଶେଷଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ୨୦୧୮ ମସିହାରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି  ସରିଥିଲା। ହେଲେ ନିର୍ବାଚନର ମାତ୍ର ୨ଦିନ ପୂର୍ବରୁ ତିତିଲ୍‌‌ ବାତ୍ୟାକୁ ଆଖିରେ ରଖି ନିର୍ବାଚନକୁ ବାତିଲ କରିଥିଲା ଉଚ୍ଚ ଶିକ୍ଷା ବିଭାଗ।  ୨୦୧୯ରେ କୋଭିଡ୍‌‌ ମହାମାରୀ ପାଇଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ସରକାର। କ୍ୟାମ୍ପସ୍‌‌ରେ ହେଉଥିବା ହିଂସାକାଣ୍ଡ ଯୋଗୁ  ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ଆଳ ସହ ସବୁ ବର୍ଷ ଭିନ୍ନ ଭିନ୍ନ କାରଣ ଯୋଗୁ  ବନ୍ଦ ରହିଛି  ଛାତ୍ର ସଂସଦ ନିର୍ବାଚନ। ପୁଣି ନିର୍ବାଚନ କରିବାକୁ  ଆନ୍ଦୋଳନ କରିବା ସହ ଅଦାଲତର ଦ୍ବାରସ୍ଥ ହୋଇଛି ଛାତ୍ର ସଂଗଠନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଛାତ୍ର ସଂସଦ ନିର୍ବାଚନ ପାଇଁ ଗ୍ରୀନ ସିଗନାଲ | Argus News