Wedding Procession on Boat / ବରଯାତ୍ରୀ ନେଇ ବଢ଼ି ପାଣିରେ ବାହା ହେବାକୁ ଗଲା ବର
·1 hour ago·2 min read

Key Points
ଥିଲା ବାହାଘର ହେଲେ ମାଡ଼ି ଆସିଲା ବନ୍ୟା
ବରଯାତ୍ରୀ ନେଇ ବଢ଼ି ପାଣିରେ ବାହା ହେବାକୁ ଗଲା ବର
ଯାଜପୁର ସିମୁଳିଆ ଗାଁର ଘଟଣା

ଯାଜପୁର,୩୧/୦୭: ଜୁଆଡେ ଅନେଇଲେ ପାଣି ଆଉ ପାଣି। ବନ୍ୟା ଜଳରେ ଚାରିଆଡ ଭାସୁଛି।ହେଲେ ତାରି ଭିତରେ ଅଟକିନି ବାହାଘର। ଯାଜପୁର ସଦର ବ୍ଲକ ସିମିଳିଆ ଗ୍ରାମରୁ ବୋଟରେ ବରଯାତ୍ରୀଙ୍କୁ ନେଇ ଢେଙ୍କାନାଳର ଭୁବନ ଅଞ୍ଚଳକୁ ବାହାରିଛନ୍ତି ବର। ବନ୍ୟା ଭିତରେ ବର ସହିତ ବରଯାତ୍ରୀଙ୍କ ଏହି ନିଆରା ଯାତ୍ରା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ବନ୍ୟା ଯୋଗୁଁ ସିମିଳିଆ ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। କିନ୍ତୁ ଅନେକ ଆଗରୁ ବିବାହ ତାରିଖ ଓ ଶୁଭ ଲଗ୍ନ ସ୍ଥିର ହୋଇଯାଇଥିଲା। ବୋଟରେ ବରଯାତ୍ରୀଙ୍କୁ ନେଇ ବିବାହ ପାଇଁ ବାହାରିଥିଲେ ବର। ଏହି ଦୃଶ୍ୟ ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଯାତାୟାତ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବନ୍ୟାପ୍ରବଣ ଅଞ୍ଚଳର ସ୍ଥାୟୀ ସମସ୍ୟାର ସମାଧାନ ହୋଇନଥିବାରୁ ଆଜି ବି ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିବାକୁ ପଡ଼ୁଛି ବୋଲି କହିଛି ବର ପ୍ରମୋଦ ପାଢି।
ସତରେ ବନ୍ୟାର କଷ୍ଟ ଭିତରେ ବି ବରଯାତ୍ରୀଙ୍କ ଉତ୍ସାହ କମିନଥିଲା। ଛୋଟ ପିଲାଙ୍କ ମୁହଁରେ ଥିଲା ବରଯାତ୍ରୀର ଖୁସି। ବର କହିଛନ୍ତି, ଏଭଳି ପରିସ୍ଥିତିରେ ବିବାହକୁ ଯିବା ତାଙ୍କ ଜୀବନର ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ। ବନ୍ୟା ଭିତରେ ଭୁଟୁଭୁଟିରେ ବର ଯିବା ଆଜିର ଦିନରେ ବିରଳ ଘଟଣା। ବନ୍ୟାର ବିପତ୍ତି ସମୟରେ ବର ଓ ବରଯାତ୍ରୀଙ୍କ ଏହି ଜଳଯାତ୍ରାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଯାହାକି ବନ୍ୟାପ୍ରବଣ ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଛାଡ଼ିଯାଇଛି।
ପଢନ୍ତୁ ଏହି ଖବର: କାଲି ଠାରୁ ପୁଣି ବଡ଼ ବର୍ଷା, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ବୈତରଣୀରେ ଜଳସ୍ତର କମୁଥିଲେ ବି ବିପଦ କମିନାହିଁ। ଏପଟେ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ଏକାଧିକ ପ୍ରମୁଖ ଘାଇ ସୃଷ୍ଟି ହୋଇ ପ୍ରଳୟଙ୍କରୀ ସ୍ଥିତି ଉପୁଜାଇଛି। ଦଶରଥପୁର, ବରୀ, ରସୁଲପୁର ଓ ଧର୍ମଶାଳା ବ୍ଲକର ଶତାଧିକ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ। ବାଙ୍କସାହି, ଚନ୍ଦନପୁର, ଅରୁଆଳ, ଟିକରପଡ଼ା, ବନ୍ଧଡ଼ିହ ଓ ଡୋଭାବିଲ ପାଟଣା ନିକଟରେ ବଡ଼ ବଡ଼ ଘାଇ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ।
ଯାଜପୁରରେ ବୈତରଣୀରେ କମିଛି ବନ୍ୟାଜଳ, ହେଲେ କମିନି ବିପଦ। ବୈତରଣୀ ଓ କାଣୀ ପରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଆସିଛି ବନ୍ୟା। ଯାହାର ପ୍ରଭାବରେ ଜିଲ୍ଲାର ବହୁ ଅଞ୍ଚଳ ଏବେ ଜଳବନ୍ଦୀ। ଗୋଟିଏ ପଟେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ଦଶରଥପୁର ବ୍ଲକରେ ବିପର୍ଯ୍ୟୟ ବଢ଼ିଥିବା ବେଳେ, ଅନ୍ୟପଟେ ବ୍ରାହ୍ମଣୀରେ ବାଙ୍କସାହି, ଚନ୍ଦନପୁର ଓ ଅରୁଆଳରେ ବଡ଼ ଘାଇ ସୃଷ୍ଟି ହୋଇ ବରୀ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି।
ସେହିପରି ଖରସ୍ରୋତା ନଦୀରେ ଟିକରପଡା ଓ ବନ୍ଧଡ଼ିହରେ ଘାଇ ସୃଷ୍ଟି ହୋଇ ରସୁଲପୁର ଓ ଧର୍ମଶାଳାବାସୀଙ୍କ ଚିନ୍ତା ବଢିଛି। ଦଶରଥପୁର ବ୍ଲକ ଡୋଭାବିଲ ପାଟଣା ନିକଟରେ କାଣୀ ନଦୀରେ ଘାଇ ସୃଷ୍ଟି ହେବା ପରେ ବନ୍ୟା ସ୍ଥିତି ଆହୁରି ସଙ୍କଟଜନକ ହୋଇଛି। ସରକାରୀ ଭାବେ ଏଠାରେ ୧୯ଟି ପଞ୍ଚାୟତର ୫୬ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୮୬ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି। ସେହିପରି ବରୀ ବ୍ଲକ ବାଙ୍କସାହି ନିକଟରେ ବ୍ରାହ୍ମଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଏବେ ୩୦୦ ଫୁଟରୁ ଅଧିକ ପ୍ରସ୍ଥରେ ପହଞ୍ଚିଛି। ଏହାର ପ୍ରଭାବରେ ୮ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ସହ ଲୋକଙ୍କ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories