Videos
|
Odisha

Heavy Rainfall / କାଲି ଠାରୁ ପୁଣି ବଡ଼ ବର୍ଷା, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Bikash Mohanty
Browse all articles by Bikash Mohanty
·1 month ago·2 min read
କାଲି ଠାରୁ ପୁଣି ବଡ଼ ବର୍ଷା, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Heavy Rain Fall

Key Points

ଆସନ୍ତା କାଲି ଠାରୁ  ପୁଣି ବଡ଼ ବର୍ଷା
ପ୍ରବଳ ବର୍ଷା, ବଜ୍ରପାତ ପାଇଁ ୱାର୍ଣ୍ଣିଂ ଜାରି
୧୮ ଜିଲ୍ଲାକୁ  ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ବର,୩୧/୦୭:  ଆସନ୍ତା କାଲି ଠାରୁ ହେବ ପୁଣି ବଡ଼ ବର୍ଷା। ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼, ଜଗତସିଂହପୁର, କଟକ, କୋନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲକୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି  ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ଆସନ୍ତାକାଲି ଠାରୁ ରାଜ୍ୟରେ  ବର୍ଷାର ପରିମାଣ ବଢ଼ିବ । ପ୍ରବଳ ବର୍ଷା, ବଜ୍ରପାତ ପାଇଁ ୧୮ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର, କଟକ, କୋନ୍ଦ୍ରାପଡ଼ା, ଯାଜପୁର ଓ ଗଜପତିକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ବୋଲି ସୁଚନା ଦେଇଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ  ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ନୂଆପଡା ସିନ୍ନାପଲିରେ ସର୍ବାଧିକ 164 ମିମି ବର୍ଷା ରେକର୍ଡ ହୋଇଛି ।
         
ଆସନ୍ତା ଅଗଷ୍ଟ  ଦ୍ବିତୀୟ ସପ୍ତାହରେ (ଅଗଷ୍ଟ ୬ରୁ ୧୨) ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବା ସମ୍ଭାବନା ଅଛି । ଏହା ପ୍ରାୟ ୯ ତାରିଖବେଳକୁ ଲଘୁଚାପରେ ପରିଣତ ହୋଇପାରେ  ବୋଲି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।            

ପଢନ୍ତୁ ଏହି ଖବର: ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ,୩ ଦିନରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ସେପଟେ ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି ୨୦ଟି ଜିଲ୍ଲାର ରିପୋର୍ଟ ହସ୍ତଗତ ହୋଇଛି। ୨୦ଟି ଜିଲ୍ଲାର ୧୦୦ଟି ବ୍ଲକ ପ୍ରଭାବିତ ହୋଇଛି । ୫୩୯ ଗ୍ରାମ ପଞ୍ଚାୟତର ୧୪୫୮ଟି ଗାଁ ଏବଂ ୧୪ଟି ସହରାଞ୍ଚଳର ୧୭୬ ୱାର୍ଡ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ୭ ଲକ୍ଷ ୫ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ୧ ଲକ୍ଷ ୮୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୫୨୦ଟି ରିଲିଫ କେନ୍ଦ୍ର କାର୍ଯ୍ୟ କରୁଛି । ଲୋକେ ପାଣି ଘେରରେ ଥିବା ଯାଏଁ ରିଲିଫ ସେଣ୍ଟର ଚାଲିବ ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ଆଶ୍ୱସ୍ତ କରିଛନ୍ତି ଯେ, ଚାଷୀମାନେ ବିଚଳିତ ହୁଅନ୍ତୁ ନାହିଁ । ରାଜ୍ୟ ସରକାର ପର୍ଯ୍ୟାପ୍ତ ସହଯୋଗ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ଷୟକ୍ଷତି ଆକଳନ ପାଇଁ ହେବ ଗୁରୁତ୍ୱପୂର୍ଣ ବୈଠକ। ୨୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ବୈଠକ ହେବ। ବନ୍ୟା ଛାଡ଼ିବା ପରେ ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ। ୩ ଦିନ ଭିତରେ ରିପୋର୍ଟ ପାଇବା ପରେ ଚତୁର୍ଥ ଦିନ ଲୋକଙ୍କ ପାଖକୁ ଯିବ କ୍ଷତି ପୂରଣ ଟଙ୍କା ।
Odisha Weather Alert: Heavy Rain Warning for 18 Districts | Argus News