Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମୁଦିଙ୍କୁ ଆକ୍ରମଣ କରି ସମୁଦି ଗିରଫ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସମୁଦିଙ୍କୁ ଆକ୍ରମଣ କରି ସମୁଦି ଗିରଫ

ଅର୍ଗସ ବ୍ୟୁରୋ : ଏକ ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦିବ୍ୟାଙ୍ଗ ସମୁଦିଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଦୁଇ ପୁଅ ସହ ଜଣେ ସମୁଦି ଗିରଫ । ଯାହା ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ,ମୁରିବାହାଲ ଥାନା ବାରବନ୍ଧ ଗ୍ରାମର ଦିବ୍ୟାଙ୍ଗ ସୁଦର୍ଶନ ଭୋଇଓ ପାଖ ସୁକୁନିପଦର ଗ୍ରାମର ଧନମତ ପାତ୍ର ଉଭୟ ସମ୍ପର୍କରେ ସମୁଦି ହେବେ। କୌଣସି ଏକ ଛୋଟ ପାରିବାରିକ କଳହକୁ ନେଇ ଉଭୟ ସମୁଦିଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ଗଣ୍ଡଗୋଳ ପରେ ଉଭୟ ପରିବାର ମଧ୍ୟରେ ଉଗ୍ରରୂପ ଧାରଣ କରିଥିଲା । ଧନମତଙ୍କ ସହ ତାଙ୍କ ବଡ ପୁଅ ଧନେଶ୍ଵର ପାତ୍ରଓ ସାନ ପୁଅ ବେଲଧର ପାତ୍ର ଲୁହା ଛଡ ଓ ବାଡ଼ି ଆଦିରେ ଦିବ୍ୟାଙ୍ଗ ସମୁଦୀ ସୁଦର୍ଶନ ଭୋଇ, ଦିବ୍ୟାଙ୍ଗ ରତ୍ନୁ ଭୋଇ  ଓ ପରମାନନ୍ଦ ଭୋଇ ଙ୍କୁ ମରଣାନ୍ତକ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ ।

ଅଧିକ ପଢନ୍ତୁ : ପୁଅ ଜନ୍ମ କରିଥିଲା...ପରିଣତ ବୟସରେ ବିଧା ଗୋଇଠା ଖାଇଲା

ଫଳରେ ଦିବ୍ୟାଙ୍ଗ ସୁଦର୍ଶନଙ୍କ ମୁଣ୍ଡ ଫାଟି ଯିବା ସହ ସେ ରକ୍ତାକ୍ତ ହୋଇଥିଲେ । ସେହିପରି ଦିବ୍ୟାଙ୍ଗ ରତ୍ନୁ ଓ ପରମାନନ୍ଦ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଖବର ପାଇ ମୁରିବାହାଲ ଥାନା ପୁଲିସ ରାତିରେ ଗାଁକୁ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଗୁରୁତର ସୁଦର୍ଶନଙ୍କ ମୁଣ୍ଡରେ ୮ଟି ଷ୍ଟିଚ ପଡ଼ିଥିବା ଜଣାପଡିଛି । ଦିବ୍ୟାଙ୍ଗ ସୁଦର୍ଶନ ଭୋଇଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି  ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ଏହି ଘଟଣାରେ ସଂପୃକ୍ତ ଧନମତ ପାତ୍ର,ତାଙ୍କ ଦୁଇ ପୁଅ ଧନେଶ୍ଵର ଓ ବେଳଧରଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
groom's father attack bride's father and arrested | Argus News