Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ

ଅର୍ଗସ ବ୍ୟୁରୋ: ଭିତର ରତ୍ନଭଣ୍ଡାରେ ରହିଛି କି କିଛି ଗୁପ୍ତ ଅଳଙ୍କାର ? ବନ୍ଦ ଝରକା ପଛରେ କି ରହସ୍ୟ ଲୁଚିଛି ? ଏ ସବୁ ପ୍ରଶ୍ନ ଉପରୁ ଖୁବଶୀଘ୍ର ଉଠିବାକୁ ଯାଉଛି ପରଦା। ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ଭିତରକୁ ଯାଇ ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କରିଛନ୍ତି ବୈଷୟିକ ଟିମ୍। ଯଦିଓ ଆଜି ଏହି ସର୍ଭେ ଅସମ୍ପୂର୍ଣ୍ଣ ରହିଛି ହେଲେ ଆସନ୍ତାକାଲି ମଧ୍ୟ ସର୍ଭେ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ଅପରାହ୍ନରେ ଏନ୍ ଜି ଆର୍ ଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ସମେତ ୨୨ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନଭଣ୍ଡାରର ସର୍ଭେ କରିଥିଲେ। ଏହି ଟିମରେ ଏନ୍ ଜି ଆର ଆଇ ର ୩ଜଣଙ୍କ ବୈଜ୍ଞାନିକଙ୍କ ସମେତ ସାମିଲ ହୋଇଥିଲେ ASIର ୩ ଜଣ ବିଶେଷଜ୍ଞ। ଦୁଇଟି କଣ୍ଟ୍ରୋଲ ୟୁନିଟ, ୩ଟି ରାଡର ୟୁନିଟ ବା ଆଣ୍ଟିନା ଓ ଗୋଟିଏ କାର୍ଟ, ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା।

୨୦୦ ,୪୦୦,୯୦୦ ମେଗାହାର୍ଜ୍ ର ତିନିଟି ଆଣ୍ଟିନା ରହିଛି ।୧୦ ମିଟର ପର୍ଯ୍ୟନ୍ତ ଅନୁସନ୍ଧାନ କରିପାରିବ ଏହି ପେନିଟ୍ରେଟିଂ ସିଷ୍ଟମ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପେନିଟ୍ରେଟ୍ଟିଂ ରାଡର ସର୍ଭେ କରାଯିବ। ଭିତର ରତ୍ନଭଣ୍ଡାର ମରାମତି ହେବା ପୂର୍ବରୁ ଆସିବ ଚୁଡାନ୍ତ ରିପୋର୍ଟ । ତେବେ ସର୍ଭେ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଅପରାହ୍ନରେ କିଛି ଘଣ୍ଟା ପାଇଁ ସର୍ବସାଧାରଣ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଭକ୍ତ ଆନନ୍ଦବଜାର ଯାଇ ମହାପ୍ରସାଦ ସେବନ କରିପାରିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ground Penetrating Radar Survey of Inner Gems Begins | Argus News