Videos
|
Odisha

BSKY ଯୋଜନା ନାଁରେ ମିଛ ପ୍ରଚାର କରି କ୍ଷମା ମାଗିଲେ GRS

Banajyotshna Ray
Browse all articles by Banajyotshna Ray
·2 years ago·1 min read
BSKY ଯୋଜନା ନାଁରେ ମିଛ ପ୍ରଚାର କରି କ୍ଷମା ମାଗିଲେ GRS

ଅର୍ଗସ ବ୍ୟୁରୋ: ଅର୍ଗସ ମହାପ୍ରଭାବ । BSKY ଯୋଜନା ନାଁରେ ମିଛ ପ୍ରଚାର କରି କ୍ଷମା ମାଗିଲେ GRS ଗଣେଶ ପୂଜାରୀ । ଏଥିସହ ପାତ୍ରଗୁଡା ପିଇଓ ପ୍ରଭାକର ନାଲା ସସପେଣ୍ଡ ହୋଇଛନ୍ତି । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପାତ୍ରଗୁଡାର ନୀରିହ ଗରିବ ଆଦିବାସୀ ସହଦେବ ପ୍ରାସ୍କାଙ୍କୁ ବିଜୁସ୍ୱାସ୍ଥ୍ୟ ଯୋଜନାର ପୋଷ୍ଟର ବୟ ବନେଇଥିଲେ GRS ବାବୁ ଗଣେଶ ପୂଜାରି ।

ସହଦେବ ପ୍ରାସ୍କା ଦିର୍ଘଦିନରୁ କୀଡନି ରୋଗରେ ଯନ୍ତ୍ରଣା ଭୋଗୁଥିବା ଦର୍ଶାଇ ତାଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ଅପରେସନ କରାଗଲା କହି ତାଙ୍କ ଠାରୁ ଫଟୋ ଉଠାଇ ନେବା ସହ ସହଦେବ ପ୍ରାସ୍କାଙ୍କୁ ପାତ୍ରଗୁଡା ପଞ୍ଚାୟତରେ ପାଳନ କରାଯାଇଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୋଷ୍ଟର ଓ ବ୍ୟାନର ମାରି ପ୍ରଚାର ପ୍ରସାର କଲାପରେ ଅସଲ ଘଟଣା ପଦାକୁ ଆସିଥିଲା ।

ଏପରି ମିଥ୍ୟା ଘଟଣାକୁ ନେଇ ଅର୍ଗସରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଏବେ ପ୍ରଶ୍ନ, ଏହି ମିଥ୍ୟା ଘଟଣା ପଛରେ କିଏ ? ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ରହିଛି କି ଭୂମିକା? ସେମାନଙ୍କ ବିରୋଧରେ ନିଆଯିବ କି କାର୍ଯ୍ୟାନୁଷ୍ଠାନ ? ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: