Videos
|
Odisha

ଜୁଲାଇରେ ଜିଏସଟି ସଂଗ୍ରହ 10.3 ପ୍ରତିଶତ ବୃଦ୍ଧି ପାଇଛି

Ritu Das
Browse all articles by Ritu Das
·2 years ago
ଜୁଲାଇରେ ଜିଏସଟି ସଂଗ୍ରହ 10.3 ପ୍ରତିଶତ ବୃଦ୍ଧି ପାଇଛି

ଅର୍ଗସ ବ୍ୟୁରୋ: ବଢୁଛି ଜିଏସଟି ଆଦାୟ ପରିମାଣ। ଜୁଲାଇରେ ଜିଏସଟି ସଂଗ୍ରହ 10.3 ପ୍ରତିଶତ ବୃଦ୍ଧି ପାଇ ଏକ ଲକ୍ଷ 82 ହଜାର କୋଟିରୁ ଅଧିକ ହୋଇଛି। ଗତ 2023 ଜୁଲାଇରେ 1.65 ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା। 

ଚଳିତବର୍ଷ ଜୁନ ମାସରେ ଜିଏସଟି ସଂଗ୍ରହ 1.74 ଲକ୍ଷ କୋଟି ହୋଇଥିଲା। ରିଫଣ୍ଡ ହିସାବରେ ଜୁଲାଇରେ ନେଟ୍ ଜିଏସଟି ରେଭିନ୍ୟୁ ହେଉଛି ଏକ ଲକ୍ଷ 44 ହଜାର 897 କୋଟି। ଯାହା ଗତ ବର୍ଷର ଏହି ଅବଧି ତୁଳନାରେ 14.4 ପ୍ରତିଶତ ଅଧିକ। ସୂଚନା ଅନୁସାରେ ମହରାଷ୍ଟ୍ରରେ ସବୁଠାରୁ ଅଧିକ ପରିମାଣର ଜିଏସଟି ସଂଗ୍ରେହ ହୋଇଛି। ମହାରାଷ୍ଟ୍ର  ପଛକୁ କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
GST collection | Argus News