ପ୍ରେମ ଓ ଅତୁଟ ସମ୍ପର୍କର ପର୍ବ ରାକ୍ଷୀ

ଅର୍ଗସ ବ୍ୟୁରୋ: ଭାଇ-ଭଉଣୀଙ୍କର ଭଲ ପାଇବା ପ୍ରେମ ଓ ଅତୁଟ ସମ୍ପର୍କର ପର୍ବ ରାକ୍ଷୀ । ଭାଇ ହାତରେ ସ୍ନେହ ଓ ସୁରକ୍ଷାର ଡୋରି ବାନ୍ଧିଛି ଭଉଣୀ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ କେନ୍ଦ୍ରମନ୍ତ୍ରୀ ସମସ୍ତେ ରାକ୍ଷୀ ବାନ୍ଧିଛନ୍ତି । ସେପଟେ ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ ଆସି ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀ କିଛି ଶିକ୍ଷକ ଶିକ୍ଷୟିତ୍ରୀ ବି ଯାଇ ପହଞ୍ଚିଥିଲେ ରାଷ୍ଟ୍ରପତି ଭବନରେ । ରାଷ୍ଟ୍ରପତିଙ୍କୁ ରାକ୍ଷୀ ବାନ୍ଧି ବେଶ୍ ଖୁସି ହୋଇଛନ୍ତି ପିଲାମାନେ । ଏହାସହ ସେଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ପିଲାମାନେ ।
ଆହୁରି ପଢନ୍ତୁ ଓଡିଶା ଖବର...