Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ

Smruti Parija
Browse all articles by Smruti Parija
·1 year ago
ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ । ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ । ସନ୍ଧ୍ୟା 7ଟା ରୁ 9 ଟା ଭିତରେ ବାଣ ଫୁଟାଇବାକୁ ଅନୁମତି । ୧୨୫ ଡେସିବେଲରୁ ଅଧିକ ମାତ୍ରାର ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । 

ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମାନୁଷ୍ଠାନ ନିକଟରେ ବାଣ ଫୁଟାଇବା ପାଇଁ ବାରଣ କରାଯାଇଛି । କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିବାବେଳେ ୧୦ ବର୍ଷରୁ କମ୍ ପିଲାମାନଙ୍କୁ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଦିଅନ୍ତୁ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି । ବାଣ ଫୁଟାଇବା ସମୟରେ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
guide-line-for-diwali-celebration | Argus News