Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kankrej Bull / ଗୁଜରାଟରୁ ଗଞ୍ଜାମ କାଙ୍କରେଜ ଷଣ୍ଢକୁ ଦେଖିବାକୁ ଲୋକଙ୍କ ଭିଡ଼

Ritu Das
Browse all articles by Ritu Das
·5 months ago·2 min read
ଗୁଜରାଟରୁ ଗଞ୍ଜାମ କାଙ୍କରେଜ ଷଣ୍ଢକୁ ଦେଖିବାକୁ ଲୋକଙ୍କ ଭିଡ଼
India

Key Points

କାଙ୍କରେଜ ଷଣ୍ଢ ଦେଖିବାକୁ ଦେଶୀ ବଳଦ ଭଳି। ହେଲେ ଏହାର ଶିଙ୍ଗ ବିଶାଳ। ଶିଙ୍ଗକୁ ଦେଖିଲେ ଆପଣଙ୍କୁ ଭୟ ଲାଗିବ। ଗୁଜରାଟରୁ ଆସିଛି ଏହି ବିଶାଳ ଶିଙ୍ଗ ଥିବା କାଙ୍କରେଜ ଷଣ୍ଢ।
କାଙ୍କରେଜ ଷଣ୍ଢ ଦେଖିବାକୁ ଦେଶୀ ବଳଦ ଭଳି। ହେଲେ ଏହାର ଶିଙ୍ଗ ବିଶାଳ। ଶିଙ୍ଗକୁ ଦେଖିଲେ ଆପଣଙ୍କୁ ଭୟ ଲାଗିବ। ଗୁଜରାଟରୁ ଆସିଛି ଏହି ବିଶାଳ ଶିଙ୍ଗ ଥିବା କାଙ୍କରେଜ ଷଣ୍ଢ। ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ହେଉଛି କାଙ୍କରେଜ। ଏହି ପ୍ରଜାତିର ଷଣ୍ଢର ଓଜନ ୫୯୦ କେଜି ଓ ଗାଈର ଓଜନ ୪୦୦ରୁ ୪୫୦ କେଜି ପର୍ଯ୍ୟନ୍ତ ହୋଇଥାଏ।

କାଙ୍କରେଜ ପ୍ରଜାତିର ଗାଈ ଦୈନିକ ୮ରୁ ୧୨ ଲିଟର ଦୁଗ୍ଧ ଦିଏ। ମାସକୁ ଏହାର ଖାଦ୍ୟପେୟରେ ୪ହଜାର ଟଙ୍କା ଖର୍ଚ୍ଚ ହୁଏ। ଚଳିତ ମତ୍ସ୍ୟ ପ୍ରାଣୀ ସମାବେଶରେ ଏକ କାଙ୍କରେଜ ଷଣ୍ଢଟି ଗଞ୍ଜାମରୁ ଆସି ପ୍ରଦର୍ଶିତ ହୋଇଛି। ସମାବେଶକୁ ଅଧିକ ଆକର୍ଷଣୀୟ କରିବାପାଇଁ ଆନ୍ଧ୍ରପ୍ରଦେଶର ସୋ' ଆୟୋଜନ ହେବ। ଲାଇଭ ସି ଫୁଡ କିଚେନ, ଭର୍ଚୁଆଲ ରିଆଲିଟି ଫାର୍ମ ଟୁର, ଡ୍ରୋନ ସୋ, ଲେଜର ସୋ, ଚିତ୍ରକଳା ପ୍ରଦର୍ଶନୀ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣଙ୍କ ସହ ସେଲଫି ଜୋନ ଆଦି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହାସହ ପଢ଼ନ୍ତୁ: କଫ୍ ସିରପରେ ଭାସୁଛି ଓଡ଼ିଶା,ନିଶା ଦ୍ରବ୍ୟ ଭାବରେ ବ୍ୟବହାର ହେଉଛି କଫ୍ ସିରପ


ବିଶେଷ ଲାୟର୍ (Lyre) ଆକୃତିର ଶିଙ୍ଗ । ଦୃଢ଼ ଓ ସନ୍ତୁଳିତ ଶରୀର । ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍ । “ସୱାଇ ଚାଲ୍” ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି। ପ୍ରତିକୂଳ ପରିବେଶରେ ଖାପଖୁଆଇବାର ଦକ୍ଷତା ରଖୁଥିବା ଏହି ପ୍ରଜାତି ଉଚ୍ଚ ପ୍ରଜନନ କ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘ କାର୍ଯ୍ୟଜୀବନ ପାଇଁ ଗୋପାଳକ ଓ ପ୍ରାଣିପାଳକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଛି । ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ଭାବେ ଏହାର ଅନନ୍ୟ ପରିଚୟ ରହିଛି।

ଏହାର ବୟସ ଏବେ ୫ ବର୍ଷ, ଓଜନ ୭ କୁଇଣ୍ଟାଲ ଏବଂ ଉଚ୍ଚତା ୫ ଫୁଟ ୬ ଇଞ୍ଚ । ଦୈନିକ ଖାଦ୍ୟରେ ସବୁଜ ଘାସ, ମୁଗ, ପିଡିଆ, ଗହମ ଚୁନା, ଗୋଖାଦ୍ୟ, ଚଣା, ଚାଉଳ, ଭୁଷି ଆଦି ଦିଆଯାଇଥାଏ। ଗୁଜୁରାଟର କାଂକ୍ରେଜ୍ ଅଞ୍ଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି। ଭାରତୀୟ ଦେଶୀ ଗୋ ପ୍ରଜାତିମାନଙ୍କ ମଧ୍ୟରେ କାଙ୍କରେଜ ଷଣ୍ଢର ନିଆରା ସୁନାମ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
People Gather in Ganjam to See Rare Kankrej Bull from Gujarat | Argus News