Videos
|
Odisha

Gulua Barsha Controversy / 'ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଛନ୍ତି, ବହୁତ ଝିଅଙ୍କ ସହିତ ତାଙ୍କ ସମ୍ପର୍କ ରହିଛି'

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
'ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଛନ୍ତି, ବହୁତ ଝିଅଙ୍କ ସହିତ ତାଙ୍କ ସମ୍ପର୍କ ରହିଛି'
Barsha

Key Points

ବିବାଦରେ କମେଡିଆନ୍ ଦମ୍ପତ୍ତି
ଗୁଲୁଆଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ବର୍ଷା
କହିଲେ, ମୁଁ ତାଙ୍କ ସ୍ତ୍ରୀ ହୋଇବି ସେ ମୋତେ ପଚାରୁନାହାନ୍ତି
ହାସ୍ୟ ଅଭିନେତା ଗୁଲୁଆଙ୍କ ଚାଞ୍ଚଲ୍ୟକର ଅଭିଯୋଗ । ନିଜ ଜୀବନ ପ୍ରତି ବିପଦ ଥିବା କହିଲେ ଗୁଲୁଆ । ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସୁରକ୍ଷା ଲୋଡ଼ିଛନ୍ତି ଗୁଲୁଆ । କାହାରି ନାଁ ନନେଇ ଭାବବିହ୍ବଳ ହୋଇ ଭିଡିଓ କରି କହିଛନ୍ତି, ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଛି । ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି । ଏମିତିକି ମୋ ଜୀବନ ପ୍ରତି ବିପଦ ଅଛି । ମୋ ଗୋଡ଼ ହାତ ଭାଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି କିଛି ଲୋକ ।

ଗୁଲୁଆ ସେହି ଭିଡିଓରେ କହିଛନ୍ତି କି ତାଙ୍କୁ ପ୍ରଥମେ କୋଟିଏ ଟଙ୍କା ଦେବାକୁ କୁହାଗଲା । ପରବର୍ତ୍ତି ସମୟରେ ୫୦ଲକ୍ଷ ଟଙ୍କା ଦିଅ ବୋଲି ଧମକ ମିଳିଛି । ଯଦି ୫୦ ଲକ୍ଷ ଟଙ୍କା ଦେବେ ନାହିଁ ତେବେ ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯିବ ସହ କିଛି ମିଛ କେସରେ ଫସାଇବେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ହାସ୍ୟ ଅଭିନେତା ଗୁଲୁଆ ।


ସେପେଟ ଗୁଲୁଆଙ୍କ ଏଭଳି ଅଭିଯୋଗ ପରେ ତାଙ୍କ ପତ୍ନୀ ବର୍ଷା ସାଙ୍ଘାତିକ ଖୁଲାସା କରିଛନ୍ତି । ସେ କହିଛନ୍ତି, ମୁଁ ବର୍ଷେ ହେଲାଣି ଘରୋଇ ନିର୍ଯାତନାର ଶିକାର ହୋଇଛି । ମତେ ମାଡ଼ ମାରିଥିଲେ ଗୁଲୁଆ ଓ ତାଙ୍କ ପରିବାର ଲୋକ । ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି ବୋଲି କହିଛନ୍ତି ବର୍ଷା । ମୁଁ ତାଙ୍କ ସ୍ତ୍ରୀ ହୋଇ ବି ସେ ମୋତେ ପଚାରୁନାହାନ୍ତି । ମୋ ସହ ସମ୍ପର୍କ ନ ତୁଟାଇ ଅନ୍ୟଝିଅଙ୍କ ସହ ସମ୍ପର୍କ ରଖିବାକୁ କେମିତି ଗ୍ରହଣ କରିବି ବୋଲି ବର୍ଷା କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Comedian Gulua Claims Death Threats, Wife Barsha Makes Shocking Allegations | Argus News