ବନ୍ଧୁକ ଦେଖାଇ ଲୁଟିନେଲେ ୬ହଜାର: ୩ ଗିରଫ
·1 year ago

ଅର୍ଗସ ବ୍ୟୁରୋ: ଲାଠୋର ଥାନା ବୁଢାଛାପର ଗ୍ରାମର ଗୋପାଳ ବିଶ୍ଵାଳ ଗତ 2 ତାରିଖରେ ନିଜ ବାଇକରେ ଫେରୁଥିବା ବେଳେ ଟଙ୍କପାଣିଠାରେ 3 ଜଣ ଯୁବକ ବନ୍ଧୁକ ଦେଖାଇ ଅଟକାଇ ମାଡ ମାରି ୬ ହଜାର ଟଙ୍କା ଲୁଟ କରିନେଇଥିଲେ। ଗୋପାଳ ବିଶ୍ଵାଳ ଲାଠୋର ଥାନାରେ ଏକ ମାମଲା ଦେଇଥିଲେ।
ପୋଲିସ ତଦନ୍ତ କରି ଆଜି 2 ଜଣଙ୍କୁ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୋଟିଏ ଦେଶୀ ବନ୍ଧୁକ ଗୋଟିଏ ରିଭଲଭର ସହ ଜୀବନ୍ତ ଗୁଳି ଓ ୩୫୦୦ ଟଙ୍କା ଓ ମୋବାଇଲ ଜବତ କରିଛି ବୋଲି ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଲାଠୋର ଥାନା ଅଧିକାରୀ ରାକେଶ କୁମାର ବେହେରା ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: