Gundicha Temple reopening / ଡିସେମ୍ବର ୧ରେ ଖୋଲିବ ଗୁଣ୍ଡିଚା ମନ୍ଦିର, ୬ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ଲାଗି ରହିଥିଲା ବନ୍ଦ
·7 months ago·2 min read

Key Points
ଆସନ୍ତା ଡିସେମ୍ବର ୧ରେ ଖୋଲିବ ଗୁଣ୍ଡିଚା ମନ୍ଦିର
ଟିକେଟ୍ ଦର୍ଶନ ହେବ କି ନାହିଁ ପରେ ନିଆଯିବ ନିଷ୍ପତ୍ତି
୬ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର

ଆଉ ୪ ଦିନ ପରେ ଅର୍ଥାତ ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ଦୀର୍ଘ ୬ ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମବେଦୀ ଦେଖିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଏନେଇ ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆସନ୍ତା ୧ ତାରିଖରୁ ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟିବା ସହ ଭକ୍ତଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
ସେପଟେ ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର । ଜଣେ ଭକ୍ତଙ୍କ ପିଛା ଟିକେଟର ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ନିଶୁଳ୍କ । ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଖୋଲିବ ଗୁଣ୍ଡିଚା ମନ୍ଦିର । କେବଳ ଶୀତଦିନେ ନଭେମ୍ବରରୁ ଫେବୃଆରୀ ମାସ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯିବ ଗୁଣ୍ଡିଚା ମନ୍ଦିର । ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ରହିବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି ।
ସେପଟେ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ବନ୍ଦ ଯୋଗୁଁ ବାହାରୁ ଫେରିଯାଉଥିବା ଦେଖିବାକୁ ମିଳିଛି । କୋଭିଡ୍ ପରଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଜନ୍ମବେଦୀ ବନ୍ଦ ରହିଥିବା ବେଳେ କେବଳ ରଥଯାତ୍ରା ସମୟରେ ୯ ଦିନ ଗୁଣ୍ଡିଚା ମନ୍ଦିର ଖୋଲାଯାଇଥାଏ ।
ସେପଟେ ଗୁଣ୍ଡିଚା ମନ୍ଦିର ଭିତର ମରାମତି ଏବଂ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପଶ୍ଚିମ ପଟ ବାହାର ପାଚେରୀର ସୌନ୍ଦର୍ଯ୍ୟମୂଳକ କାମ ଶେଷ ହୋଇଛି । ତେବେ ଗୁଣ୍ଡିଚା ମନ୍ଦିରର ପରିଚାଳନା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଟିକେଟ୍ ବ୍ୟବସ୍ଥା ଲାଗୁ ପରିବର୍ତ୍ତେ ମାଗଣାରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ଅନୁରୋଧ କରିଛନ୍ତି । ଦୀର୍ଘବର୍ଷ ପରେ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଯାଉଥିବାରୁ ଏହାକୁ ସବୁରି ମହଲରେ ସ୍ୱାଗତ କରାଯାଇଛି।

ଅଧିକ ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ; ଓଡ଼ିଶାରୁ ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି
ସେପଟେ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ବନ୍ଦ ଯୋଗୁଁ ବାହାରୁ ଫେରିଯାଉଥିବା ଦେଖିବାକୁ ମିଳିଛି । କୋଭିଡ୍ ପରଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଜନ୍ମବେଦୀ ବନ୍ଦ ରହିଥିବା ବେଳେ କେବଳ ରଥଯାତ୍ରା ସମୟରେ ୯ ଦିନ ଗୁଣ୍ଡିଚା ମନ୍ଦିର ଖୋଲାଯାଇଥାଏ ।
ସେପଟେ ଗୁଣ୍ଡିଚା ମନ୍ଦିର ଭିତର ମରାମତି ଏବଂ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପଶ୍ଚିମ ପଟ ବାହାର ପାଚେରୀର ସୌନ୍ଦର୍ଯ୍ୟମୂଳକ କାମ ଶେଷ ହୋଇଛି । ତେବେ ଗୁଣ୍ଡିଚା ମନ୍ଦିରର ପରିଚାଳନା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଟିକେଟ୍ ବ୍ୟବସ୍ଥା ଲାଗୁ ପରିବର୍ତ୍ତେ ମାଗଣାରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ଅନୁରୋଧ କରିଛନ୍ତି । ଦୀର୍ଘବର୍ଷ ପରେ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଯାଉଥିବାରୁ ଏହାକୁ ସବୁରି ମହଲରେ ସ୍ୱାଗତ କରାଯାଇଛି।
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆଜି ଓଢ଼ଣ ଷଷ୍ଠୀ ନୀତି
ସୂଚନା ଅନୁସାରେ ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ସ୍ଥାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । ଏହା ହେଉଛି ମହାପ୍ରଭୁଙ୍କର ଜନ୍ମସ୍ଥାନ । ଏଣୁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ଅନେକ ଉତ୍କଣ୍ଠା ଏବଂ ଉତ୍ସାହ । କୋଭିଡ ପରଠୁ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories