ରାସ୍ତା ନ ଥିବାରୁ ମରଣ ଯନ୍ତାରେ ପଡ଼ୁଛନ୍ତି ଗୁନ୍ଦୁଳିଆ ପଞ୍ଚାୟତର ଲୋକେ

ଅର୍ଗସ ବ୍ୟୁରୋ : ସ୍ଵାଧୀନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ଗ୍ରାମକୁ ଭଲ ରାସ୍ତାଟିଏ ବି ଏବେ ପର୍ଯ୍ୟନ୍ତ ନାହିଁ । ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଗୁନ୍ଦୁଳିଆ ପଞ୍ଚାୟତ ରାସ୍ତାର କଥା ନ କହିବା ଭଲ । ଏ ରାସ୍ତାର ଅବସ୍ତା ଏମିତି କି, ରାସ୍ତା ସାରା ଉଠାଣି ଗଡାନି, କେଉଁଠି ଖାଲ ଖମା ତ ଆଉ କେଉଁଠି ପଥର ଉପରକୁ ଟେକି ହୋଇ ରହିଛି । ପୁଣି କେଉଁଠି ନାଳ । ଗୁନ୍ଦୁଳିଆ ଠାରୁ ଡିମିରିଖୋଲ ଉଡାମୁଡ଼ ଗ୍ରାମ ପର୍ଯ୍ୟନ୍ତ ୧୭ କିଲୋମିଟର ରାସ୍ତାର ଅବସ୍ଥା ଏପରି । ରାସ୍ତା ନୁହେଁ ତ ମରଣ ଯନ୍ତା ।
ବର୍ଷା ଚାରିମାସ ରାସ୍ତା ମଝିରେ ଥିବା ନାଳ ଯୋଗୁଁ ଲୋକମାନେ ଯିବା ଆସିବା କରି ପାରନ୍ତି ନାହିଁ । ସାଧାରଣତ ଜ୍ୱର ହେଉକି ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏମିତି କି ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଫଳରେ ଅଧା ବାଟରେ ମୃତ୍ୟୁ ମୁଖରେ ପଡିଥାନ୍ତି ରୋଗି ।
📱 Get Argus News App
✨ରାସ୍ତା କାମ ପାଇଁ ଗ୍ରାମବାସୀ ମାନେ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସମସ୍ତଙ୍କ ପାଖରେ କରିଛନ୍ତି ଗୁହାରି କିନ୍ତୁ ଫଳ ସୁନ । ଭୋଟ ପାଇଁ ରାଜନେତା ମାନେ ଆସନ୍ତି ଆଉ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି । ହେଲେ ଭୋଟ ସରିଗଲଲେ ଆଉ କେହି ଆସନ୍ତି ନାହଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ଯୋଗୁଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଗ୍ରାମବାସୀ । ଚାରିଗୋଟି ନାଳ ପାର ହୋଇ ଯିବାକୁ ପଡି ଥାଏ । ନିର୍ବାଚନ ଆସିଲେ ରାଜନେତାଙ୍କ ପାଦ ପଡିଥାଏ । ଭୋଟ ସରିଗଲେ କେହି ଆସନ୍ତି ନାହିଁ ।