Videos
|
Odisha

Gupchup Raid / ପନିର, ଛେନା, କଦଳୀ ପରେ ଗୁପଚୁପ୍‌ ମନା: ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପ୍‌ ଚୁପ୍‌

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ପନିର, ଛେନା, କଦଳୀ ପରେ ଗୁପଚୁପ୍‌ ମନା: ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପ୍‌ ଚୁପ୍‌
Gupchup Raid

Key Points

ଗୁପଚୁପ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ପନିର, ଛେନା, କଦଳୀ ପରେ ଏବେ ଗୁପ୍‌ ଚୁପ୍‌ ଦୋକାନରେ ରେଡ୍‌
ସନ୍ଧ୍ୟାହେଲେ ମଲ ହେଉକି ବଜାର ଗୁପଚୁପ ଠେଲାରେ ଜମେ ଗହଳି


ପନିର, ଛେନା, କଦଳୀ ପରେ ଏବେ ଗୁପ୍‌ ଚୁପ୍‌ ଦୋକାନରେ ରେଡ୍‌ । ଯାହାକୁ ନେଇ ଏବେ ରାଜ୍ୟବାସୀ ଚିନ୍ତାରେ। ସନ୍ଧ୍ୟା ହେଲେ ମଲ ହେଉକି ବଜାର ଗୁପଚୁପ ଠେଲା ରେ ଜମେ ଗହଳି ଜମେ। ଆଉ ଯେତେବେଳେ ଆପଣ ଜାଣିବେ ଯେ, ଏହି ଗୁପ୍‌ ଗୁପ୍‌ ପାଇଖାନା ପାଣି, ପଚା ଆଳୁ ଏବଂ ପୋଡ଼ା ତେଲରେ ତିଆରି କରାଯାଉଛି। ଗୁପ୍‌ ଚୁପ୍‌ ଦେଖିଲେ ଝିଅମାନେ ନିଜକୁ ଆଉ ସମ୍ଭାଳି ପାରନ୍ତି ନାହିଁ। ଜିଏ ଜେତେ ପାରେ ଖାଇଯାଏ ସମସ୍ତଙ୍କ ପ୍ରିୟ ଗୁପଚୁପ କେମିତି ତିଆରି କରାଯାଉଛି ତାହା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।''

ପାଇଖାନା ପାଣି, ପଚା ଆଳୁ ଓ ପୋକା ମଟରରେ ତିଆରି କରାଯାଉଛି ମସଲା । କଳା କିଟି କିଟି ତେଲରେ ଛଣା ଯାଉଛି ଗୁପଚୁପ । ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ୟୁନିଟ -3 ଅଞ୍ଚଳରେ ଚାଲିଥିଲା ଗୁପଚୁପ କାରଖାନା । ଫୁଡ ଶେଫଟି ବିଭାଗର ରେଡ୍‌ ବେଳେ ସାମ୍ନାକୁ ଆସିଲା ସତ । ଥରେ ଯଦି ଦେଖିବେ କେମିତି ସ୍ଥାନରେ ତିଆରି ହେଉଛି ଗୁପ୍‌ ଚୁପ୍‌, ତେବେ ସବୁଦିନ ପାଇଁ ଭୁଲିଯିବେ ଗୁପ୍‌ ଚୁପ୍‌ ଖାଇବାକୁ। ଗଳି ରାସ୍ତାରେ ଥିବା ପ୍ରତ୍ୟକ ଘରେ ଚାଲିଥିଲା ଗୁପଚୁପ ତିଆରି । କଳା କିଟି କିଟି ତେଲ । ଗୁପଚୁପକୁ ତଳେ ସୁଖା ଯାଇଛି । ପଚା ଆଳୁ ଓ ପୋକା ମଟର ସିଝା ଯାଇ ରଖା ହୋଇଛି। ପାଇଖାନା ପାଣିରେ ଖଟାପାଣି ପ୍ରସ୍ତୁତ ହୋଇଛି । ଫୁଡ ଶେଫଟି ଟିମ ଏଭଳି ଦୃଶ୍ୟ ଦେଖି ତାଜୁବ ହୋଇଯାଇଛି।''

ବିନା ଲାଇସେନ୍ସରେ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିବା ଗୁପଚୁପ କାରଖାନାକୁ ସିଲ କରିବା ସହ ବସ୍ତା ବସ୍ତା ଗୁପଚୁପ ନଷ୍ଟ କରିଛି ଫୁଡ ସେପ୍ଟି ବିଭାଗ । ଜବତ ହୋଇଥିବା କଳା କିଟି କିଟି ତେଲ,ଖଟା ପାଣି, ଗୁପଚୁପର ନମୁନା ନେବା ସହ ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଇଛି ଫୁଡ ସେପ୍ଟି ବିଭାଗ । ରାଜଧାନୀରେ ଏଭଳି ଚାଲୁଥିବା ଗୁପଚୁପ କାରଖାନା ଉପରେ ରେଡ ପ୍ରକ୍ରିୟା ଜାରି ରହିବ ।'' ପାର୍ବଣ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫୁଡ ଶେଫଟି ବିଭାଗ ପକ୍ଷରୁ ରେଡ । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କଲେ ହେବ ଆସ୍କନ ।''

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ଯାଉଛନ୍ତି ଆଉ ଜଣେ ଓଲିଉଡ ଅଭିନେତ୍ରୀ, ବିଜେପି ଟିକେଟରେ ଯାଉଛନ୍ତି ରାଜ୍ୟସଭା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ଆପଣ ଦେଖିଥିବେ ନକଲି ପନିର ଜବତ ଘଟଣାରେ 11 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଲିଖିତ ଅକାରରେ ଦର୍ଶାଯାଇଥିଲା । ଗତ ଅଗଷ୍ଟ 19ରେ ପନିର ଏବଂ ଛେନା ଯାଞ୍ଚ କରିବା ସମୟରେ ଅପମିଶ୍ରିତ ବୋଲି ପ୍ରାଥମିକ ଯାଞ୍ଚରୁ ଜାଣି ପ୍ରାୟ 70 କ୍ୱିଣ୍ଟାଲ ପନିର ନଷ୍ଟ କରିଥିଲା ବିଭାଗ । ପରେ ଲ୍ୟାବ ରିପୋର୍ଟରୁ ସର୍ଫ ଗୁଣ୍ଡ ଏବଂ ମଇଦା ମିଶ୍ରିତ ହୋଇଥିବା ସ୍ପଷ୍ଟ ହୋଇଥିଲା ।''ଜବତ ପନିରର ମାନ ଯାଞ୍ଚ କରିବା ପାଇଁ ନମୁନାକୁ ହରିଆଣା ଲ୍ୟାବକୁ ପଠାଇଥିଲା ସ୍ୱାସ୍ଥ୍ୟ ବିଭାଗ । ମାତ୍ର ରିପୋର୍ଟରେ ଏହା ଖାଇବା ପାଇଁ ହିତକର ନୁହେଁ, ଏଥିରେ ସର୍ଫ ଗୁଣ୍ଡ ଏବଂ ମଇଦା ମିଶ୍ରିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହା ଶରୀର ପାଇଁ କ୍ଷତିକାରକ ଥିବାରୁ ଏହାର ବ୍ୟବହାର ଅନୁଯୋଗୀ ରିପୋର୍ଟରେ ଦର୍ଶା ଯାଇଥିଲା ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories