Videos
|
Odisha

Ollywood Actress / ରାଜ୍ୟସଭା ଯାଉଛନ୍ତି ଆଉ ଜଣେ ଓଲିଉଡ ଅଭିନେତ୍ରୀ, ବିଜେପି ଟିକେଟରେ ଯାଉଛନ୍ତି ରାଜ୍ୟସଭା

Bikash Mohanty
Browse all articles by Bikash Mohanty
·1 hour ago·2 min read
ରାଜ୍ୟସଭା ଯାଉଛନ୍ତି ଆଉ ଜଣେ ଓଲିଉଡ ଅଭିନେତ୍ରୀ, ବିଜେପି ଟିକେଟରେ ଯାଉଛନ୍ତି ରାଜ୍ୟସଭା
Koyal

Key Points

ଆଉ ଜଣେ ଓଡ଼ିଆ ଫିଲ୍ମ ଷ୍ଟାର ଯାଉଛନ୍ତି ରାଜ୍ୟସଭା
କୋୟଲ ମଲ୍ଲିକଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭା ଟିକେଟ ଦେଇଛି ବିଜେପି
ଏକାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି କୋୟଲ
ଭୁବନେଶ୍ବର,୧୦/୦୭: ଓଲିଉଡ ପାଇଁ ଖୁସି ଖବର। ଆଉ ଜଣେ ଓଡ଼ିଆ ଫିଲ୍ମ ଷ୍ଟାର ଯାଉଛନ୍ତି ରାଜ୍ୟସଭା। ଆମେ କହୁଛୁ ଓଲିଉଡ୍ ଅଭିନେତ୍ରୀ କୋୟଲ ମଲ୍ଲିକଙ୍କ କଥା। କୋୟଲ ମଲ୍ଲିକଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭା ଟିକେଟ ଦେଇଛି ବିଜେପି। ଏକାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି କୋୟଲ।

ପ୍ରଶାନ୍ତ ନନ୍ଦ, ମୁନା ଖାନ୍, ଅନୁଭବ ମହାନ୍ତି ଓ ରଚନା ବାନାର୍ଜୀଙ୍କ ପରେ ଆଉ ଜଣେ ଓଡ଼ିଆ ଫିଲ୍ମ ଷ୍ଟାର ରାଜ୍ୟସଭା ଯାଉଛନ୍ତି। ସେ ହେଉଛନ୍ତି କୋୟଲ ମଲ୍ଲିକ। ବେଙ୍ଗଲୀ ଅଭିନେତ୍ରୀ କୋୟଲ ମଲ୍ଲିକଙ୍କୁ ରାଜ୍ୟସଭା ଟିକେଟ ଦେଇଛି ବିଜେପି। ବିଜେପିରେ ଯୋଗଦେବା ପରେ ତାଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ଟିକେଟ ଦିଆଯାଇଛି।  ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ କୋୟଲ। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ଥିବାରୁ କୋୟଲ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ।

କୋୟଲ ୨୦୦୫ ମସିହାରେ ସେ ପ୍ରଥମ ଥର ଓଲିଉଡ୍‌ରେ ପାଦ ରଖିଥିଲେ। ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରେମୀ ନମ୍ବର ୱାନ୍’ ଫିଲ୍ମରେ ସେ ଅନୁଭବ ମହାନ୍ତିଙ୍କ ସହ ଅଭିନୟ କରିଥିଲେ। ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା।  ଏହାର ପ୍ରାୟ ଦୁଇ ବର୍ଷ ପରେ ୨୦୦୭ ମସିହାରେ  କୋୟଲ ପୁଣି ଥରେ ଓଡ଼ିଆ ସିନେମାରେ ନଜର ଆସିଥିଲେ। ଦେବୁ ପଟ୍ଟନାୟକ ଓ ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ‘ମହାନାୟକ’ ତାଙ୍କ ଦ୍ୱିତୀୟ ଓଡ଼ିଆ ଫିଲ୍ମ ଥିଲା।  ପରବର୍ତ୍ତୀ ସମୟରେ ସେ ବେଙ୍ଗଲୀ ଫିଲ୍ମରେ ଅଧିକ ବ୍ୟସ୍ତ ହୋଇଥିଲେ ଏବଂ ଏକାଧିକ ସଫଳ ଫିଲ୍ମ ତାଙ୍କୁ ଲୋକପ୍ରିୟତା ଦେଇଥିଲା।

ପଢନ୍ତୁ ଏହି ଖବର: ହ୍ରିତିକ୍‌–ସବାଙ୍କ ରୋମାଣ୍ଟିକ୍ ଫଟୋରେ ଛାଇଲା ଗ୍ଲାମର୍‌ର ଜଲୱା, ପୂର୍ବତନ ପତ୍ନୀ ସୁଜୈନ ଦେଲେ ପ୍ରତିକ୍ରିୟା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋୟଲ ମଲ୍ଲିକ ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ଚେହେରା। ବରିଷ୍ଠ ଅଭିନେତା ରଂଜିତ ମଲ୍ଲିକଙ୍କ ଝିଅ ଭାବେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ୨୦୦୩ ମସିହାରୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ବର୍ଷଗୁଡ଼ିକରେ ସେ ବେଙ୍ଗଲୀ ସିନେମାରେ ଏକାଧିକ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ବିଶେଷକରି ୨୦୦୩ରୁ ୨୦୧୦ ମଧ୍ୟରେ ସେ ଅନେକ ଫିଲ୍ମରେ ଲିଡ୍ ରୋଲ୍‌ରେ ନଜର ଆସିଥିଲେ।

କୋୟଲଏବେ ଅଭିନୟ ପରେ ରାଜନୀତିରେ ମଧ୍ୟ ନିଜର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି କୋୟଲ। ପୂର୍ବରୁ ରାଜ୍ୟସଭା ଅଭିଜ୍ଞତା ଥିବା ଏହି ଅଭିନେତ୍ରୀ ପୁଣିଥରେ ଉଚ୍ଚସଦନକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ତୃଣମୂଳ କଂଗ୍ରେସ ନୁହେଁ, ବିଜେପି ଟିକେଟରେ ତାଙ୍କର ରାଜ୍ୟସଭା ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଫଳରେ କୋୟଲଙ୍କ ରାଜନୈତିକ ଯାତ୍ରା ସହ ତାଙ୍କ ଓଡ଼ିଆ ଫିଲ୍ମ ସଂଯୋଗକୁ ନେଇ ମଧ୍ୟ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି।