Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ବିପଦରେ ଗୁରୁପ୍ରିୟା ସେତୁ

Odisha

ପୁଣି ବିପଦରେ ଗୁରୁପ୍ରିୟା ସେତୁ

Ritu Das
Browse all articles by Ritu Das
·1 year ago·1 min read
ପୁଣି ବିପଦରେ ଗୁରୁପ୍ରିୟା ସେତୁ

ଅର୍ଗସ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁକୁ ବିପଦ ଗୁରୁପ୍ରିୟା ନଦୀର ଜଳସ୍ତର । ଫୁଲୁଛି ଗୁରୁପ୍ରିୟା ନଦୀ  ଯାହା ଫଳରେ ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର ଦୁଇ ଫୁଟ ତଳେ ରହିଛି ପାଣି । ଗୁରୁପ୍ରିୟା ନଦୀର ଜଳସ୍ତର ଯେଭଳି ଦିନକୁ ଦିନ ବଡି ଚାଲିଛି ଆଉ ମାତ୍ର ଗୋଟିଏ ଦିନ ମଧ୍ୟରେ ବ୍ରିଜର ଗାର୍ଡରକୁ ଛୁଇଁବ ପାଣି ବୋଲି ଆଶଙ୍କା କରୁଛନ୍ତି ଲୋକେ। ଅନ୍ୟପଟେ ବାଲିମେଳା ଡ୍ୟାମର ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । 

ଡ୍ୟାମର ବିପଦ ସଂକେତ ଜଳସ୍ତର କ୍ଷମତା ୧୫୧୬.୦୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୧୫୧୪.୧୦ ଫୁଟ ରହିଛି । ସେପଟେ ଜାନବାଇ ନିକଟରେ ଥିବା ପ୍ରାଥମିକ ସ୍ୟାସ୍ଥ୍ୟ କେନ୍ଦ୍ରର ପାଚେରୀରେ ନଦୀ ପାଣି ଲହଡି ଭାଙ୍ଗୁଛି । କୌଣସି ସମୟରେ ମଧ୍ୟ ସ୍ୟାସ୍ଥ୍ୟ କେନ୍ଦ୍ର ଭିତରେ ପଶି ପାରେ ପାଣି । ଯେହେତୁ ସ୍ୟାସ୍ଥ୍ୟ କେନ୍ଦ୍ରଟି ତଳିଆ ଅଞ୍ଚଳରେ ନିର୍ମାଣ କରାଯାଇଛି ଯାହା ଫଳରେ ନଦୀର ଜଳସ୍ତର ବୃଦ୍ଧି ହେଲେ ହସ୍ପିଟାଲ ପାଣି ପଶିବା ଆଶଙ୍କା ଲାଗି ରହୁଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Gurpriya Bridge | Argus News