Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁରୁଜୀରୁ ଗୁରୁଦାୟିତ୍ବ, ଶିଶୁ ମନ୍ଦିର ଗୁରୁଜୀରୁ ରାଜ୍ୟର ମୁଖିଆ

Ritu Das
Browse all articles by Ritu Das
·1 year ago·2 min read
ଗୁରୁଜୀରୁ ଗୁରୁଦାୟିତ୍ବ, ଶିଶୁ ମନ୍ଦିର ଗୁରୁଜୀରୁ ରାଜ୍ୟର ମୁଖିଆ

ଅର୍ଗସ ବ୍ୟୁରୋ: ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର। ଈଶ୍ବରଙ୍କର ଅନ୍ୟ ରୂପ ହେଲେ ଗୁରୁ। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଯିଏ ଆଲୋକକୁ ଆଣିଥାନ୍ତି ସିଏ ଗୁରୁ। ତେଣୁ ଗୁରୁ ଯୁଗେଯୁଗେ ଚିର ନମସ୍ୟ ଏବଂ ପୂଜ୍ୟ। ସେଇ ଗୁରୁଙ୍କ ଭୂମିକାକୁ ମନେ ପକାଇ ଆଜି ଆମେ ଏପରି ଜଣେ ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଜୀବନଯାତ୍ରା ଅତି ଚର୍ଚ୍ଚିତ ଏବଂ ଘଟଣାବହୁଳ। ଯାହାଙ୍କୁ ମିଳିଛି ଗୁରୁଜୀରୁ ଗୁରୁଦାୟିତ୍ବ। 

ଶିଶୁ ମନ୍ଦିର ଗୁରୁଜୀରୁ ରାଜ୍ୟର ମୁଖିଆ।
ଓଡ଼ିଆ ମାଟିର ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ବ କରୁଥିବା ଅତି ସାଧାରଣ ବ୍ୟକ୍ତିତ୍ବ
ମାଟିର ମଣିଷ, ଖାଣ୍ଟି ଓଡ଼ିଆ କହୁଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 
1972 ମସିହା ଜାନୁଆରୀ 6 ରେ କେନ୍ଦୁଝର ଜିଲ୍ଲା ରାଇକଳାର ଏକ ଗରିବ ପରିବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମ। ପିଲାଦିନୁ ଗରିବୀକୁ ଅତି ପାଖରୁ ଦେଖିଥିବା ମୋହନଙ୍କ ଜୀବନ ଏତେ ସହଜ ନଥିଲା। ତିନି ଭାଇ ଭଉଣୀଙ୍କ ମଧ୍ୟରେ ମୋହନ ବଡ଼ ଥିବାରୁ ପୁରା ପରିବାରର ଭାର ଥିଲା ମୋହନଙ୍କ କାନ୍ଧ ଉପରେ। ସ୍କୁଲ ବେଳୁ ଭଲ ପାଠ ପଢିବା ସହ ଖେଳକୁଦରେ ଅନେକ ରୁଚି ରଖୁଥିଲେ। 

ମାତ୍ର ଆର୍ଥିକ ପରିସ୍ଥିତି ପାଇଁ ଘରଠାରୁ ୫ କିମି ଦୂରକୁ ଯାଇ ଟିଉସନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ମୋହନ। ଧୀର କଥା ଏବଂ ମୁହଁରେ ସବୁବେଳ ହସ ପାଇଁ ମୋହନ ସମସ୍ତଙ୍କର ଅତି ପ୍ରିୟ। କେବେ କାହା ସହ ବଡ଼ ପାଟିରେ କଥା ହୁଅନ୍ତିନି। କାହାକୁ ପଦିଏ ଟାଣ କଥା ବି କହନ୍ତିନି। ନିଜ ପରିବାରର ଭାର ନିଜ କାନ୍ଧ ଉପରେ ଉଠାଇବା ସହ ଅତି ସ୍ନେହୀ ସ୍ବଭାବରମୋହନ। କେହି କେବେ ବିପଦରେ ପଡ଼ିଲେ ସର୍ବ ପ୍ରଥମେ ଛିଡ଼ା ହୁଅନ୍ତି ମୋହନ।
କଳାରେ ସ୍ନାତକ ଡିଗ୍ରୀ ହାସଲ ପରେ ଶିଶୁ ମନ୍ଦିରରେ ଗୁରୁଜୀ ଭାବେ ମୋହନ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ । ପାଠପଢା ପ୍ରତି ଆଗ୍ରହ ଏବଂ ନିଜର ସ୍ନେହୀ ଭାବ ଯୋଗୁଁ ସେ ପିଲାଙ୍କୁ ଅତି ଭଲ ପାଉଥିଲେ । ଶାନ୍ତ, ସରଳ ସ୍ବଭାବର ମୋହନ ଥିଲେ ଅତି ମେଳାପୀ। ସେଥିପାଇଁ ନିଜ ସହକର୍ମୀଙ୍କ ଠୁ ଆରମ୍ଭ କରି ଛୋଟ ପିଲାଙ୍କ ଯାଏଁ ସମସ୍ତଙ୍କର ଅତି ପ୍ରିୟ ଥିଲେ ମୋହନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପିଲାଟି ଦିନରୁ ବେଶ୍ ପରୋପକାରୀ ଥିଲେ ମୋହନ ମାଝୀ। ଦୁଖକୁ ଅତି ପାଖରୁ ଦେଖିଥିବା ଏବଂ ଦୁଖ ସହ ନିଇତି ସଂଗ୍ରାମ କରିଆସିଥିବା ମୋହନ ଆଉ କାହା ଆଖିରେ ଲୁହ ଦେଖି ପାରନ୍ତିନି। ବିପଦ ପଡ଼ିବା ମାତ୍ରେ ଆଗ ଯାଇ ଛିଡ଼ା ହୁଅନ୍ତି। 

ସର୍ବଦା ସେବା ମନୋଭାବ ରଖୁଥିବା ମୋହନ ମାଝୀ ପ୍ରଥମଥର ପାଇଁ ୧୯୯୭ ମସିହାରେ ସରପଞ୍ଚ ଭାବେ ରାଜନୀତି ମୈଦାନରେ ପାଦ ଥାପିଥିଲେ। ଏହାପରେ 4-4 ଥରର ବିଧାୟକ ହୋଇଥିଲେ ମୋହନ ମାଝୀ। ଆଉ ଏବେ ମୋହନ ମାଝୀଙ୍କୁ ମିଳିଛି ଓଡ଼ିଶାର ଶାସନ ଭାର... ରାଜ୍ୟ ରାଜନୀତିର ସବୁଠାରୁ ବଡ଼ ପଦ। ଜନମାନସର ନେତା ବା ଓଡ଼ିଆ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Guruji's responsibility, | Argus News