ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
·1 year ago

ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳୁ ସକାଳୁ ହବିଷ୍ୟାଳି ମାନେ ତୀର୍ଥ ପୁଷ୍କରିଣୀ ସମେତ ସରକାରଙ୍କ ତରଫରୁ ହୋଇଥିବା 4ଟି ଅସ୍ଥାୟୀ ହବିଷ୍ୟାଳି ଶିବିରରେ ସ୍ନାନ କରିବା ପରେ ଚଉରାମୂଳେ ମହା ସଂକଳ୍ପ କରିଛନ୍ତି।
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରିବେ । ସେପଟେ ସରକାରଙ୍କ ତରଫରୁ ପୁରୀରେ 4ଟି ହବିଷ୍ୟାଳି ଶିବିରରେ ମଧ୍ୟ ମା ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ 2500 ହବିଷ୍ୟାଳି ମାନେ ସରକାରଙ୍କ ଯୋଜନାରେ ଉପକୃତ ହେଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: