Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରେଣୀ ଗୃହ ଅଭାବରୁ ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶ୍ରେଣୀ ଗୃହ ଅଭାବରୁ ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାର ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ଏବଂ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି ଏବଂ ବିଦ୍ୟାଳୟ ଗୁଡିକୁ 5t ରେ ରୂପାନ୍ତରିତ କରୁଛନ୍ତି କିନ୍ତୁ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଏବଂ ଶିକ୍ଷକ ଅଭାବରୁ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ଛାତ୍ର ଛାତ୍ରୀ। ଆମେ କହୁଛୁ କୋରାପୁଟ କୋଟପାଡ଼ ଏସବି ନୁଆଁଗାଁ ପଞ୍ଚାୟତର କଥା। ଏହି ପଞ୍ଚାୟତର ପିଲାମାନେ ପଞ୍ଚାୟତରେ ଥିବା ସରକାରି ଉଚ୍ଚ ବିଦ୍ୟାଳୟ ସୁନାର ବେଲ୍ଲୀ ନିଆଗାଁ ଉପରେ ନିର୍ଭରଶୀଳ । କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ଏବଂ ଶିକ୍ଷକ ଅଭାବରୁ ପିଲାଙ୍କୁ ମିଳୁନି ସିଟ ।  ଏ ନେଇ ଅଭିଯୋଗ କରିଛନ୍ତି ଅଭିବାବକ ଏବଂ 24 ବର୍ଷର ସ୍ଥାୟୀ ରାଜ୍ୟ ସରକାର ଉପରେ ପ୍ରଶ୍ନ କରିଛନ୍ତି  ଅଭିବାବକମାନେ।

ଏହି ପଞ୍ଚାୟତରେ 4ଟି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ 100ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଷ୍ଟମ ଶ୍ରେଣୀରେ ପାସ ହୋଇଛନ୍ତି, କିନ୍ତୁ ଏହି ପଞ୍ଚାୟତରେ କେବଳ ଗୋଟିଏ ମାତ୍ର ହାଇସ୍କୁଲ ରହିଛି, କିନ୍ତୁ ଏହି ହାଇସ୍କୁଲରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଏବଂ ଶିକ୍ଷକ ଅଭାବ ଯୋଗୁଁ ଏହି ଅଷ୍ଟମ ଶ୍ରେଣୀ ପାସ ହୋଇ ନବମ ଶ୍ରେଣୀରେ ପାଠ ପଢିବା ପାଇଁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ଫଳରେ ବଢ଼ୁଛି ଡ୍ରପଆଉଟ ପିଲାଙ୍କ ସଂଖ୍ୟା । ଆଉ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରିବ ଯେ ଦୁର୍ଗମରେ ଶିକ୍ଷା ବ୍ୟବସ୍ଥା କିଭଳି ଭାବରେ ଚାଲିଛି l 

ଏହି ବିଷୟରେ ଆମେ ସରକାରି ଉଚ୍ଚ ବିଦ୍ୟାଳୟ ସୁନାର ବେଲି ନୁଆଗାଁର ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କ୍ୟାମେରା ଆଗରେ ପତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ପିଲାଙ୍କ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେଉଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
Half of the students are dropping out due to lack of classrooms | Argus News