Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଅଧାପନ୍ତରିଆ ଭାବେ ପଡ଼ିରହିଛି ପାଣିଟାଙ୍କି କାମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଅଧାପନ୍ତରିଆ ଭାବେ ପଡ଼ିରହିଛି ପାଣିଟାଙ୍କି କାମ

ଅର୍ଗସ ବ୍ୟୁରୋ:  ଲକ୍ଷ୍ୟ ଥିଲା ବସୁଧା ଯୋଜନାରେ ଗ୍ରାମାଞ୍ଚଳର ଲୋକେ ଶୁଦ୍ଧ ପାନୀୟ ଜଳ ପାଇପାରିବେ, ସେଥିପାଇଁ ପୂର୍ବ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ କରିଛନ୍ତି। କିନ୍ତୁ ଆଜିବି ବହୁ ଗାଁରେ ଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିନି। ପୁର୍ବ ବିଜେଡ଼ି ସରକାର ବସୁଧା ଯୋଜନାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳ ଜନସାଧାରଣ ଟୋପେ ପାଣିପାଇଁ ଡହଳ ବିକଳ ହେଉଛନ୍ତି। 

କପ୍ତିସୋଳରେ ଥିବା ଅର୍ଧନିର୍ମିତ ପାଣି ଟାଙ୍କି।  ବର୍ଷେରୁ ଅଧିକ ହେବେ ଏଭଳି ଅଧପନ୍ତରିଆ ଭାବେ ପଡି ରହିଛି କାମ। ନିମ୍ନମାନର କାମ ଯୋଗୁଁ କାମ ନ ସରୁଣୁ ବିଲଡିଂ ଭାଙ୍ଗିବାକୁ ବସିଲାଣି। ବହୁ ଦାବିପରେ ୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ମୟୂରଭଞ୍ଜ ଦ୍ଵାରା ୬୬ ଲକ୍ଷ୍ୟ ୯୫ ହଜାର ୫୩୬ ଟଙ୍କାରେ ପାଣିଟାଙ୍କି କାମ ଆରମ୍ଭ ହୋଇଥିଲା। ମାତ୍ର କାମ ଆରମ୍ଭରୁ ୨ବର୍ଷ ବିତିବାକୁ ବସିଲାଣି ହେଲେ କାମ ସରୁନି। ନା ଠିକାଦାରଙ୍କ ଦେଖା ଅଛି ନା ବିଭାଗୀୟ ଅଧିକାରୀଙ୍କ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ କପ୍ତିସୋଳ । ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ ଯୋଜନା ଏଠାରେ ପହଞ୍ଚିଛି ସତ ହେଲେ କିଛି କାର୍ଯ୍ୟକାରୀ ହୋଇନି। ଫଳରେ ଏଠାରେ ଯୋଜନା ପହଞ୍ଚିବି ଅପହଞ୍ଚ ହୋଇ ରହିଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Half of the water tank work not will go up from last one year | Argus News