Videos
|
Odisha

ଅଜଣା ରୋଗ କବଳରେ ହଲୁଆ ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଜଣା ରୋଗ କବଳରେ ହଲୁଆ ଗାଁ

Key Points

ଅଜଣା ରୋଗ କବଳରେ ହଲୁଆ ଗାଁ
ରାୟଗଡ଼ାରେ ପୁଣି ମୁଣ୍ଡ ଟେକିଲା ଅଜଣା ରୋଗ ଆତଙ୍କ
ଅଜଣା ରୋଗରେ କବଳିତ ପିଲାଠୁ ବୁଢା

ଅର୍ଗସ ବ୍ୟୁରୋ:  ହଲୁଆ ଗାଁରେ ବ୍ୟାପିଥିବା ଅଜଣା ରୋଗର ଲକ୍ଷଣ ହେଲା ପ୍ରଥମେ ପ୍ରବଳ ଜ୍ଵର ହେଉଛି, ୮ ରୁ ୧୦ ଦିନ ଜ୍ଵର ପରେ ଆଣ୍ଠୁ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ଅନୁଭବ ହେଉଛି ଶରୀର ଦୁର୍ବଳ ହେବା ପରେ ଆଣ୍ଠୁ ଗଣ୍ଠି ଫୁଲି ଯାଉଛି। ଏପରି ଅବସ୍ଥା ହେଉଛି ଯେ, ଲୋକେ ଚାଲି ପାରୁ ନାହାନ୍ତି। ରୋଗୀ ବାଡ଼ି ଧରି ଚାଲୁଛନ୍ତି ନଚେତ ଖଟିଆରେ ପଡି ରହୁଛନ୍ତି। ମାସେରୁ ଅଧିକ ହେବ ଗାଁରେ ଲୋକଙ୍କୁ କଲବଲ କରୁଛି ଏହି ଅଜଣା ରୋଗ। ରୋଗ ଚିହ୍ନଟ ପାଇଁ ରକ୍ତ ନମୁନା ପରୀକ୍ଷା କରା ଯାଇଥିଲେବି ଜ୍ଵରର କାରଣ ଜଣାପଡୁନି।

ଏହେଉଛି ରାୟଗଡା ଜିଲ୍ଲା ହଲୁଆ ପଞ୍ଚୟତର ହଲୁଆ ଗାଁ।  ୨୦୦ ଶହରୁ ଉର୍ଦ୍ଧ୍ବ ପରିବାର ଏଠାରେ   ବସବାସ କରନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ଏଠାରେ ପାନୀୟ ଜଳର ଘୋର ସମସ୍ୟା।  ପୂର୍ବ ସରକାର ଗାଁକୁ ପାନୀୟ ଜଳର ସ୍ଥାୟୀ ସମାଧନ କଲେନାହିଁ । ଯୋଜନା ନାମରେ କେବଳ ଘର ଦାଣ୍ଡରେ ମାଳ ମାଳ ଟ୍ୟାପ ଲଗାଇ ଛାଡିଦେଇଛନ୍ତି। ଏବେ ଗାଁରେ ୨୦୦ ସହ ପରିବାର ନିମନ୍ତେ ରହିଛି ମାତ୍ର ଦୁଇଟି ନଳକୂପ, କିନ୍ତୁ ତାହା ମଧ୍ୟ ଲୋକମାନଙ୍କ ପାଇଁ ପରଯ୍ୟାପ୍ତ ହେଉନି। ଫଳରେ ପାଣି ପାଇଁ ନଦୀ ଏବଂ ନାଳ ପାଣି ଉପରେ ଭରସା କରୁଛନ୍ତି ଗ୍ରାମବସୀ। ସେଭଳି ଗାଁର ପରିମଳ ବ୍ୟବସ୍ଥା ନ କହିଲେ ଭଲ।

ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇପାରୁନଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ନିଦ ହଜାଇ ଦେଇଛି । ଏପଟେ ଗାଁରେ ରୋଗ ଆତଙ୍କ ଖେଳିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଜୋରଦାର ପ୍ରୟାସ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

Halua village in grip of unknown disease | Argus News