Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜୀବନ ଜିଇଁବାର ସଂଘର୍ଷରେ ଦିବ୍ୟାଙ୍ଗ ସୁଶାନ୍ତଙ୍କ ପରିବାର

Odisha

ଜୀବନ ଜିଇଁବାର ସଂଘର୍ଷରେ ଦିବ୍ୟାଙ୍ଗ ସୁଶାନ୍ତଙ୍କ ପରିବାର

Ritu Das
Browse all articles by Ritu Das
·2 years ago·2 min read
ଜୀବନ ଜିଇଁବାର ସଂଘର୍ଷରେ ଦିବ୍ୟାଙ୍ଗ ସୁଶାନ୍ତଙ୍କ ପରିବାର

ଅର୍ଗସ ବ୍ୟୁରୋ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି  ଅକ୍ଷମତା। ଆତ୍ମବିଶ୍ବାସ ଦେଇଛି ତାଙ୍କୁ ପରିଚୟ। ସେ ଚାଲିବାକୁ  ଅସମର୍ଥ। ଗୋଡ ଦୁଇଟି ସମ୍ପୁର୍ଣ୍ଣ ଅକ୍ଷମ। ଆପଣଙ୍କ  ଭାଷାରେ ସେ ଦିବ୍ୟାଙ୍ଗ ତଥାପି  ଜୀବନ  ଯୁଦ୍ଧର  ସଂଗ୍ରାମରେ କେବେ ହାର ମାନି ନାହାନ୍ତି । ଦିବ୍ୟାଙ୍ଗ ହେଲେ ବି ସବୁଥିରେ ସକ୍ଷମ। ଯୁବପିଢ଼ିଙ୍କ ପାଇଁ ଜୀବନ ଜିଇଁବାର ସୁନ୍ଦର ଉଦାହରଣ। 

ଦୃଶ୍ୟଟି ଆପଣଙ୍କୁ ବିଚଳିତ କରିପାରେ କିନ୍ତୁ ସତ। ଆଦିବାସୀ  ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ହଳଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ  ନୁଆଁଗାଁ  ଗ୍ରାମରେ। ଯେଉଁଠି ଦିବ୍ୟାଙ୍ଗ ସୁଶାନ୍ତ ମହାନ୍ତ  ତିନି କୁଟୁମ୍ବର ଭରଣ ପୋଷଣ ପାଇଁ କଠିନ ପରିଶ୍ରମ କରି ଅଟୋ  ଚଳାଇ  ପରିବାର  ପ୍ରତିପୋଷଣ କରୁଛନ୍ତି। ଯେତେବେଳେ ସମାଜର ଯୁବପିଢ଼ି ରୋଜଗାର ନ ପାଇ  ବେକାର ବୁଲି  ପିତାମାତାଙ୍କ ଉପରେ ବୋଝ ହେଉଥିବା ବେଳେ ଦିବ୍ୟାଙ୍ଗ  ସୁଶାନ୍ତ ସାଜିଛନ୍ତି ପ୍ରେରଣାର ଉତ୍ସ । କିନ୍ତୁ  ଏତେ ବଡ଼  ଦୁନିଆରେ ସମାଜ ଆଗରେ ଚାଲିବା ପାଇଁ ତ ପଡ଼ିବ । ଗୋଡ ନ  ଥିଲେ  କଣ ହେବ, ହେଲେ  ଆତ୍ମ ବିଶ୍ଵାସ  ଅଛି। ମୁଁ ମୋ ପରିବାର ପାଇଁ   ଟିକିଏ ସୁଖ  ଦେବା ପାଇଁ  ମୋ ଜୀବନକୁ ବାଜି ଲଗାଇ ଦେଇଛି ବୋଲି କହନ୍ତି  ଦିବ୍ୟାଙ୍ଗ ସୁଶାନ୍ତ। 

ଏହି ଦିବ୍ୟାଙ୍ଗ ଶରୀର ମଧ୍ୟ ଦିନକୁ ଚଉଦ ଘଣ୍ଟା ପରିଶ୍ରମ କରି ଅଟୋ କିସ୍ତି, ଗ୍ରୁପ୍ ଲୋନ, ଦେବା ପରେ ଯେତେ ଟଙ୍କା ରହେ ସେହିଥିରେ ସେ ଘର ଚଳାଇବାକୁ ପଡେ ବୋଲି ସୁଶାନ୍ତଙ୍କ ମା' କହିଛନ୍ତି। 
ଏନେଇ ସୁଶାନ୍ତଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ସ୍ଵାମୀ ବାହାରି ଗଲା ପରେ ମନରେ ଗୋଟିଏ ଅକୁହା ଡର ଘର କରି ରହି ଥାଏ କେତେବେଳେ ଆସିବେ। ସ୍ୱାମୀର ଆସିବା ବାଟକୁ ଚାହିଁ ବସିଥାନ୍ତି ଭଙ୍ଗା ଘର ସମ୍ମୁଖରେ ସହଧର୍ମିଣୀ ସୁମିତ୍ରା। ଯଦିଓ କୌଣସି ପ୍ରକାର ପରିବାର ଚାଲିଯାଉଛି କିନ୍ତୁ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ। ସରକାରଙ୍କ ପାଖରେ ବାରମ୍ୱାର ଗୁହାରି କଲେ ସୁଦ୍ଧା ଆବାସ ଯୋଜନାରୁ ଘରଟିଏ ମିଳି ପାରୁ ନାହିଁ ଏବଂ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ଦିବ୍ୟାଙ୍ଗ ସୁଶାନ୍ତଙ୍କୁ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସୁବିଧା କେତେ ଶୀଘ୍ର ଯୋଗାଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored