Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 5 ମାସ ତଳେ ଉନ୍ମୋଚିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରୁ ହାତ ଗାଏବ

Odisha

5 ମାସ ତଳେ ଉନ୍ମୋଚିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରୁ ହାତ ଗାଏବ

Smruti Parija
Browse all articles by Smruti Parija
·2 years ago·1 min read
5 ମାସ ତଳେ ଉନ୍ମୋଚିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରୁ ହାତ ଗାଏବ

ଯାଜପୁର:  ମହାତ୍ମାଙ୍କୁ ଏ କି ସମ୍ମାନ ? 5 ମାସ ତଳେ ଉନ୍ମୋଚିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରୁ ହାତ ଗାଏବ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ହାତ କାଟିନେଇଛନ୍ତି ଦୁର୍ବୃତ୍ତ । ଗତ ଅକ୍ଟୋବର ୨,ଗାନ୍ଧୀ ଜୟନ୍ତୀ ଅବସରରେ କଲ୍ୟାଣପୁର ପଞ୍ଚାୟତ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । 

ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର ମାତ୍ର ୫ ମାସ ମଧ୍ୟରେ ଗାନ୍ଧୀଙ୍କ ହାତ ଭାଙ୍ଗିଦେବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି । ଏଠି ପ୍ରଶ୍ନ ଉଠୁଛି ମହାତ୍ମାଙ୍କ ହାତ କାଟିବା ପାଇଁ ଦୁର୍ବୃତ୍ତଙ୍କ ହାତ ଗଲା କିପରି ? ସେପଟେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜସେବୀ ସ୍ବାଧୀନ କୁମାର ଦାଶ ଓ କଲ୍ୟାଣପୁର ସରପଞ୍ଚ ସଂଗୀତା ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored