ଭୁବନେଶ୍ୱରରେ ବାର୍ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
·2 years ago

ଭୁବନେଶ୍ୱର: ଭୁବନେଶ୍ୱରରେ ବାର ଗାର୍ଲଙ୍କ ମିଳିଲା ଝୁଲନ୍ତା ଅବସ୍ଥାରେ ମୃତଦେହ। ମୃତଦେହ ଉଦ୍ଧାର କଲା ବଡଗଡ ଥାନା ପୋଲିସ। ଜଗତସିଂହପୁର ଅଲଣାହାଟ ଗାଁ ର ଯୁବତୀ ସୁଲୋଚନା ଦାସ। ଦୀର୍ଘ ଦିନ ଧରି ନିହାର ଗିରୀ ନାମକ ଯୁବକ ସହିତ ରହୁଥିଲେ। ବିବାହ ପାଇଁ ବାରମ୍ବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଥିଲା। ବିବାହକୁ ନେଇ ପରବର୍ତ୍ତୀ ସମୟରେ ଝଗଡା ବଢିଥିଲା । ଯାହାକୁ ନେଇ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ତେବେ ପରିବାର ଲୋକେ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି । ବଡ଼ଗଡ଼ ଥାନା ପୋଲିସ ପାରିପାର୍ଶ୍ବିକ ଯାଞ୍ଚ ଚଳାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଖୁବଶୀଘ୍ର ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି କହିଛି ବଡ଼ଗଡ଼ ଥାନା ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: