Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ବର୍ଷ ସମ୍ବଲପୁରରେ ହେବନି ହନୁମାନ ଜୟନ୍ତୀ ରାଲି

Smruti Parija
Browse all articles by Smruti Parija
·2 years ago
ଚଳିତ ବର୍ଷ ସମ୍ବଲପୁରରେ ହେବନି ହନୁମାନ ଜୟନ୍ତୀ ରାଲି

ସମ୍ବଲପୁର: ଚଳିତ ବର୍ଷ ସମ୍ବଲପୁରରେ ହେବ ନାହିଁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ବାଇକ ରାଲି । ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ସମ୍ବଲପୁର ଏସପି ଓ ଜିଲ୍ଲାପାଳ । ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ହନୁମାନ ଜୟନ୍ତୀ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା । 

ନିଜ ନିଜ ସାହି ଓ ପଡାରେ ପୂଜା ପାଳନ କରିବା ପାଇଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିଥିଲେ ଜିଲ୍ଲାପାଳ । ସହରବାସୀଙ୍କୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hanuman-jayanti-rally-not-permitted-in-sambalpur-this-year | Argus News