Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -   ଆଜି 2024ର ପହିଲି ସକାଳ 

Odisha

  ଆଜି 2024ର ପହିଲି ସକାଳ 

Manini Pattanayak
Browse all articles by Manini Pattanayak
·2 years ago·1 min read
  ଆଜି 2024ର ପହିଲି ସକାଳ 

 ଭୁବନେଶ୍ୱର:  ଆଜି 2024ର ପହିଲି ସକାଳ।  ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ସ୍ବପ୍ନ  ନେଇ ଆସିଛି। 2023କୁ ବିଦାୟ ଦେଇ ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖୁଛି ପୁରା ଦେଶ । ଚାରିଆଡେ ଶୁଭେଚ୍ଛାର ସୁଅ । ସମସ୍ତଙ୍ଗ ମୁହୁଁରେ ହାପି ନ୍ୟୁଉ ଇୟର୍ । ଘରେ ବାହାରେ, ପରିବାର ସାଥିରେ, ସାଙ୍ଗସାଥୀ ମେଳରେ ଏକାଠି ହୋଇ 2024କୁ ସ୍ବାଗତ କରୁଛନ୍ତି ସମସ୍ତେ ।

ଭୋଜିଭାତ, କେକ୍ କଟିଂ ଓ ଫୁଲତୋଡା ଭିତରେ ନୂଆ ବର୍ଷ ପାଳନ କରାଯାଉଛି । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଗହଳି ବଢ଼ୁଥିବା ବେଳେ ବହୁସ୍ଥାନରେ ଜମୁଛି ଭୋଜିଭାତର ଆସର । ସେପଟେ ନୂଆ ବର୍ଷ ପହିଲାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଛି । ରାଜ୍ୟର ତମାମ ମଠମନ୍ଦିରରେ ମଧ୍ୟ ସାକାଳୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
happy new year 2024 . Saying goodbye to 2023, the whole country is seeing the first sun of the new year. | Argus News