Videos
|
Odisha

Har Ghar Tiranga / 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି: ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan Hoists Tricolour

Key Points

ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ
ଓଡ଼ିଶା ସମେତ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ
ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ପାଇଁ ଆହ୍ୱାନ
ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ପାଇଁ ଦେଲେ ପରାମର୍ଶ
ଭୁବନେଶ୍ଵର: ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।


ପତାକା ଉତ୍ତୋଳନ କରିବା ପରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ଯେ, "ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଆଜି ସମଗ୍ର ଦେଶରେ ଜାତୀୟତାବୋଧ, ଏକତା ଓ ଆତ୍ମସମ୍ମାନର ଏକ ଅନନ୍ୟ ଶିହରଣ ସୃଷ୍ଟି କରିଛି । ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଗ୍ରାମ ଓ ବଳିଦାନକୁ ମନେପକାଇବା ସହ ଦେଶସେବା ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରେରଣା ଯୋଗାଉଛି ।"

ଏଥିସହ ପଢ଼ନ୍ତୁ: ଦେଶ ପ୍ରେମରେ ବୁଡ଼ିଲା ମାଆ ମାଟିର ଗୌରବ, ବୀର ଭୂମି ସମ୍ବଲପୁରର ରାଜରାସ୍ତା 

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଓଡ଼ିଶାବାସୀ ତଥା ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ "ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ଅଭିଯାନରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ।"


ସେପଟେ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ନୀଳକଣ୍ଠପୁରରେ ‘ତ୍ରିରଙ୍ଗା ଯାତ୍ରା’ ଆରମ୍ଭ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି । ହଜାର ହଜାର ଜନସାଧାରଣଙ୍କ ଭବ୍ୟ ସମ୍ବର୍ଦ୍ଧନା ପରେ ଆରମ୍ଭ ହୋଇଛି ତ୍ରିରଙ୍ଗା ଶୋଭାଯାତ୍ରା । ଏହି ଶୋଭାଯାତ୍ରା ସର୍ବ କନିଷ୍ଠ ଶହୀଦ ବାଜି ରାଉତ ସ୍ମୃତି ପୀଠ ପର୍ଯ୍ୟନ୍ତ ଯିବ ।

ଏହା ପୂର୍ବରୁ ସମ୍ବଲପୁରରେ 'ହର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ମାଆ ସମଲେଶ୍ଵରୀଙ୍କ ଆଗରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆଠାରୁ ହର ଘର ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସାଂସଦଙ୍କ ଆହ୍ବାନରେ ଝିପି ଝିପି ବର୍ଷାରେ ବିନା ଛତାରେ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ, ଯୁବବର୍ଗ ଓ ସ୍ଥାନୀୟ ବାସିନ୍ଦା । ହାତରେ ତ୍ରିରଙ୍ଗା ଧରି ଯୁବପିଢ଼ି 'ଭାରତ ମାତା କି ଜୟ', 'ବନ୍ଦେ ମାତରମ୍' ଏବଂ 'ବୀର ସହିଦ ଅମର ରହେ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: