Sambalpur Turns Tricolour / ଦେଶ ପ୍ରେମରେ ବୁଡ଼ିଲା ମାଆ ମାଟିର ଗୌରବ, ବୀର ଭୂମି ସମ୍ବଲପୁରର ରାଜରାସ୍ତା
·1 hour ago·2 min read

Key Points
ତ୍ରିରଙ୍ଗାରେ ରଙ୍ଗାୟିତ ହେଲା ସାରା ସହର । ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନରେ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବାସିନ୍ଦା
ସମ୍ବଲପୁର: ଦେଶ ପ୍ରେମରେ ଭିଜିଲା ସାରା ସମ୍ବଲପୁର । ତ୍ରିରଙ୍ଗାରେ ରଙ୍ଗାୟିତ ହେଲା ସାରା ସହର । ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନରେ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବାସିନ୍ଦା । ତିନି କିଲୋମିଟରର ତ୍ରିରଙ୍ଗା ରାଲି ବେଳେ ଝିପି ଝିପି ବର୍ଷାରେ ଭିଜି ଭିଜି ଦେଶ ପ୍ରତି ନିଜର ପ୍ରଗାଢ଼ ପ୍ରେମର ପରିପ୍ରକାଶ କରିଛନ୍ତି ସମ୍ବଲପୁର ବାସିନ୍ଦା । ତ୍ରିରଙ୍ଗା ଯାତ୍ରାକୁ ଆହୁରି ସୁନ୍ଦର କରିଥିଲା ସାଂସ୍କୃତିକ ନୃତ୍ୟ ସାଙ୍ଗକୁ ଲାଇଭ ପେଣ୍ଟିଂ ଓ ରଙ୍ଗୋଲି । ଦେଶାତ୍ମବୋଧକ ସଂଗୀତର ତାଳରେ ଝୁମିଥିଲେ ସମସ୍ତେ ।
ଦେଶ ପ୍ରେମରେ ବୁଡ଼ିଲା ମାଆ ମାଟିର ଗୌରବ, ବୀର ଭୂମି ସମ୍ବଲପୁରର ରାଜରାସ୍ତା । ଝିପି ଝିପି ବର୍ଷାରେ ଦେଶଭକ୍ତିରେ ଭିଜିଭିଜି ହାତରେ ତ୍ରିରଙ୍ଗା, ବୁକୁରେ ଦେଶପ୍ରେମ ଏବଂ ଓଠରେ ବନ୍ଦେ ମାତରମର ନାରା । ସମ୍ବଲପୁର ମାଟିରେ ଆଜି ଦେଖିବାକୁ ମିଳିଲା ଅପୂର୍ବ ଦେଶଭକ୍ତିର ମହାପର୍ବ । ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବାହାରିଥିବା ତ୍ରିରଙ୍ଗା ଯାତ୍ରା ସମ୍ବଲପୁରବାସୀଙ୍କ ମନରେ ଭରିଦେଇଥିଲା ଏକ ନୂତନ ପ୍ରାଣ ଓ ଉତ୍ସାହ ।
ଏହା କେବଳ ଏକ ଶୋଭାଯାତ୍ରା ନୁହେଁ, ବରଂ ଏହା ଥିଲା ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ଜୀବନ୍ତ ପ୍ରତୀକ । ସାଂସଦଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ । ଜାତି, ଧର୍ମ ଏବଂ ବର୍ଣ୍ଣର ସୀମା ଭାଙ୍ଗି ସମସ୍ତେ ଏକାଠି ହୋଇ ମାତୃଭୂମି ପ୍ରତି ସେମାନଙ୍କର ଭକ୍ତି ଓ ସମ୍ମାନର ପ୍ରଦର୍ଶନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: 'କୌନ୍ ବନେଗା କରୋଡପତି' ମଞ୍ଚରେ ଚମକିଲେ ମାଲକାନଗିରିର ଝିଅ ଜୟନ୍ତୀ
ମାଆ ସମଲେଶ୍ବରୀଙ୍କ ଆଗରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆଠାରୁ ହର ଘର ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସାଂସଦଙ୍କ ଆହ୍ବାନରେ ଝିପି ଝିପି ବର୍ଷାରେ ବିନା ଛତାରେ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ, ଯୁବବର୍ଗ ଓ ସ୍ଥାନୀୟ ବାସିନ୍ଦା । ହାତରେ ତ୍ରିରଙ୍ଗା ଧରି ଯୁବପିଢ଼ି 'ଭାରତ ମାତା କି ଜୟ', 'ବନ୍ଦେ ମାତରମ୍' ଏବଂ 'ବୀର ସହିଦ ଅମର ରହେ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ ।
ସହର ପରିକ୍ରମା ବେଳେ ବିଭିନ୍ନ ବରପୁତ୍ର ଓ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସାଂସଦ । ଜେଲ ଛକରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ତ୍ରିରଙ୍ଗା ଉଡ଼ାଇ ଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଅତିଥି । ଶୋଭାଯାତ୍ରକୁ ସ୍ବାଗତ ପାଇଁ ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । ଦେଶ ଭକ୍ତିକୁ ନେଇ ଲାଇଭ ପେଣ୍ଟିଂ ଓ ରଙ୍ଗୋଲି ପ୍ରଦର୍ଶିତ କରାଯାଇଥିଲା ।
ରିଜର୍ଭ ପୋଲିସ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ତ୍ରିରଙ୍ଗ ଯାତ୍ରା ସହରର ଲକ୍ଷ୍ମୀ ଟକିଜ ଛକ, ଗୋଲବଜଜାର ଛକ, ମ୍ୟୁନିସିପାଲିଟି ଛକ, କଚେରୀ ଛକ ଦେଇ ପ୍ରାୟ ତିନି କିଲୋମିଟର ଅତିକ୍ରମ କରିବା ପରେ ଜେଲ ଛକରେ ଶେଷ ହୋଇଥିଲା । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ସପ୍ତାହବ୍ୟାପୀ ହରଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories