Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହର୍ ଘର୍ ତ୍ରିରଙ୍ଗା' କ୍ୟାମ୍ପର ଶୁଭାରମ୍ଭ କଲେ ମୋହନ ମାଝୀ 

Manini Pattanayak
Browse all articles by Manini Pattanayak
·1 year ago·1 min read
ହର୍ ଘର୍ ତ୍ରିରଙ୍ଗା' କ୍ୟାମ୍ପର ଶୁଭାରମ୍ଭ କଲେ ମୋହନ ମାଝୀ 

ଭୁବନେଶ୍ୱର: 'ହର୍ ଘର୍ ତ୍ରିରଙ୍ଗା' କ୍ୟାମ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନ ପରିସରରେ ଜୟ ହିନ୍ଦ୍ ଲେଖି ଅଭିଯାନର ଶୁଭାରମ୍ଭ କରିଛନ୍ତି ସିଏମ୍ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କେଭି. ସିଂ ଦେଓ ମଧ୍ୟ ଉପସ୍ଥିତ ରହି ଦସ୍ତଖତ କରିଥିଲେ । ପରେ ଜଣ ଜଣ କରି ଦଳର ମନ୍ତ୍ରୀ ଓ ବିଧାୟକମାନେ ଦସ୍ତଖତ କରିଥିଲେ । ଏହାପରେ ଏକାଠି ତ୍ରିରଙ୍ଗା ପତାକା ଉଡାଇ `ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ରାଜ୍ୟବାସୀ ସାମିଲ୍ ହେବା ପାଇଁ ଅପିଲ୍ କରିଛନ୍ତି ।

ଅଗଷ୍ଟ ୧୫ରେ ଦେଶ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ କରିବ । ଏହି ଅବସରରେ `ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ସାମିଲ୍ ହୋଇ ଦେଶପ୍ରତି ନିଜ ଭାବନାକୁ ଜାଗୃତ ଏବଂ ଜୀବନ୍ତ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ନିଜର ସେଲ୍‌ଫି harghartiranga.comରେ ଅପଲୋଡ କରିବାକୁ ଅନୁରୋଧ କରିଛନ୍ତି ପିଏମ୍ । ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ତ୍ବକୁ ଉପଲବ୍ଧ କରାଇବା ଏହି ଅଭିଯାନର ଉଦ୍ଦେଶ୍ୟ ଅଟେ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Har Ghar Triranga' camp was launched by Mohan Majhi | Argus News