Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଠିନ ପରିଶ୍ରମର ଫଳ ପାଇଛି ପୁଅ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଠିନ ପରିଶ୍ରମର ଫଳ ପାଇଛି ପୁଅ

ଅର୍ଗସ ବ୍ୟୁରୋ:  ବାପା ମଜୁରୀ କରୁଥିଲା। ସେଥିରୁ ଯେତିକି ରୋଜଗାର ହେଲା ସେତିକିରେ ପରିବାର ଚଳୁଥିଲା । ଅଭାବୀ ପରିସ୍ଥିତିରେ କିନ୍ତୁ ନିଜ ଲକ୍ଷ୍ୟ ପୂରଣ କରିବାର ଜୁ କେବେ ଛାଡିନଥିଲେ ପୁଅ ସନ୍ତୋଷ । ରାତିଦିନ ଏକ କରି ପାଠ ପଢୁଥିଲେ, ଆଉ ଏବେ ସଫଳତା ପାଇଲେ । ଗରୀବ ଅନାଟନରେ ଜୀବନ ଆରମ୍ଭ କରିଥିବା ପିଲା ଆଜି ଓଏଏସ୍ ୧୭୬ ନମ୍ବର ରେ ଉତ୍ତୀର୍ଣ୍ଣ ହୋଈ ଆଜି ସୁନ୍ଦରଗଡ ପାଇଁ ଗୌରବ ଆଣିଛନ୍ତି ।ସୁନ୍ଦରଗଡ କୋଇଡାର ପୁଅ ପୁଅ ସନ୍ତୋଷ। ବାପା ଶରତ ଚନ୍ଦ୍ର କର ଦିନ ମଜୁରିଆ ଭାବେ ଗୋଟିଏ ବେସରକାରୀ ପ୍ରେସ ପ୍ରିଟିଂ ରେ କାମ କରୁଥିଲେ । ସେଥିରେ ଯାହା ରୋଜଗାର ହୁଏ ସେଥିରେ ସଂସାର ଚଳେ। କିନ୍ତୁ ପିଲାଙ୍କ ପାଠ ପଢାରେ ଅବହେଳା କରି ନଥିଲେ ଶରତ।

ପ୍ରଥମ ଥରରେ ଓଏସ ବାଜିମାତ କରିଥିବା ସନ୍ତୋଷ କୁହନ୍ତି ମୁଁ ଗରୀବ ଅନଟନରେ ବଢ଼ିଛି ମୁଁ ଜାଣିଛି କିମିତି ଦୁର୍ଗମ ଅଞ୍ଚଳରେ ଲେକେ ଖାଈବାକୁ ପାଇଁ ପାରୁନାହାନ୍ତି, ଭତା ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି । ମୁଁ ସମସ୍ତଙ୍କୁ ସେବା କରିବି, ସମସ୍ତ ଦୁର୍ଗମ ଅଞ୍ଚଳରେ କିମିତି ବିକାଶ  କରିବାକୁ ଚେଷ୍ଟା କରିବି।ବିନା କୋଚିଙ୍ଗରେ ମୋବାଇଲର ଓ ଇଣ୍ଟରନେଟର ସୁବିନିଯୋଗ କରି ଏବେ ସନ୍ତୋଷ ଓଏସ କ୍ଲିଅର କରି ପାରିଛନ୍ତି। ଆଗକୁ ୟୁପିଏସି ଦେଇ ଆହୁରି ସଫଳତାର ସିଢି ଚଢିବାକୁ ସେ ଆଶାବାଦୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hard work has paid off son | Argus News