Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇନ୍ଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ

Manini Pattanayak
Browse all articles by Manini Pattanayak
·2 years ago·1 min read
ଇନ୍ଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର:  ଇନ୍ଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ। ଡକାୟତି ଯୋଜନା ଚାଲିଥିବା ବେଳେ ଧରିଲା ଇନ୍ଫୋସିଟି ପୋଲିସ । ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ଧରିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସ୍ଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା ।

କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା । କଦମ ସହ ରୋମି ନାୟକ, କାର୍ତ୍ତିକ ବେହେରା, ଜିତେନ୍ଦ୍ର ସାମଲ, କେ.ଶିବାଜୀ ପ୍ରମୁଖ ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ ଟି ଲୁହା ରଡ଼, ଗୋଟିଏ ଛୁରୀ, ମଦ ବୋତଲ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଜବତ କରାଯାଇଛି । ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ସେମାନେ ଡକାୟତି ଯୋଜନା କରୁଥିଲେ। ବିଭିନ୍ନ ଚୋରି , ରାହାଜାନୀ ରେ ଏମାନଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଛି ପୋଲିସ । ଖୁବଶୀଘ୍ର ଏମାନଙ୍କ ନାଁ ରେ ଦଫା ୧୧୦ ରେ କେସ ରୁଜୁ ହେବ ବୋଲି କହିଛନ୍ତି ଜୋନ ଏସିପି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardcore robbery gang in the hands of infocity police | Argus News