Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଦିବାସୀ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର ବିଫଳ?

Odisha

ଆଦିବାସୀ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର ବିଫଳ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଦିବାସୀ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର ବିଫଳ?

ଅର୍ଗସ ବ୍ୟୁରୋ: ଗରୀବ ସାଧାରଣଲୋକଙ୍କ ସୁବିଧା ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଥିବା ବେଳେ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏଥିରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛ ନ୍ତି I ରାଜ୍ୟ ସରକାର ରାଜ୍ୟରେ ଆବାସ ଯୋଜନା ବାଣ୍ଟି ନପାରି କେନ୍ଦ୍ରକୁ ଫେରାଇ ଦେଉଥିବା ବେଳେ ଅନୁଗୋଳ କିଶୋରନଗର ବ୍ଲକ କଦଳୀମୁଣ୍ଡା ପଂଚାୟତ ମୁଣ୍ଡବେଡା ଗ୍ରାମର ପ୍ରାୟ 60 ଆଦିବାସୀ ପରିବାର ବଞ୍ଚିତ ଅଛନ୍ତି ଆବାସ ଯୋଜନାରୁ I ବଣ ଜଙ୍ଗଲ ଘେରା ଏହି ଗ୍ରାମରେ ଚାଳଛପର ଘରେ ଦିନକାଟୁଥିବା ପ୍ରାୟ 60 ଆଦିବାସୀ ପରିବାରକୁ ପ୍ରଶାସନର ନଜର ନପଡିବା କାରଣରୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଘର ଖଣ୍ଡେ ମିଳିପାରୁନାହିଁ  ।

ଗ୍ରାମକୁ ସବୁଦିନିଆ ଯିବା ଆସିବା ପାଇଁ ରାସ୍ତାର ବ୍ୟବସ୍ଥା ରହିନଥିବା ବେଳେ ଗ୍ରାମରେ କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାପାଇଁ ବହୁବାର ଆସୁଥିବା ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ରହୁଥିବା କାରଣରୁ ରୋଗୀଙ୍କୁ ଖଟିଆରେ ବୋହି ନିଆଯାଇଥାଏ  I ତେବେ ରାସ୍ତାର ବ୍ୟବସ୍ଥା ପାଇଁ ଦୀର୍ଘ ଧରି ଗ୍ରାମବାସୀ ମାନେ ନିଜର ମୌଳିକ ସୁବିଧା ପାଇବା ପାଇଁ ପ୍ରଶାସନ ନିକଟରେ ଗୁହାରି କଲେମଧ୍ୟ କୌଣସି ସୁଫଳ ମିଳିପାରିନାହିଁ Iସରକାରଙ୍କ ମାଳମାଳ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ I ତେବେ ଦେଖିବାକୁ ବାକି ରହିଲା ମୁଣ୍ଡବେଡା ଗ୍ରାମର ଆଦିବାସୀ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର କେବେ ସଫଳ ହେଉଛନ୍ତି ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Has the government failed to provide basic facilities to the tribal people? | Argus News