No Hate Speech / ଅପଶବ୍ଦ ଉପରେ ଲାଗିବ ଅଙ୍କୁଶ, ଖୁବଶୀଘ୍ର ଆସିବ 'ଘୃଣ୍ୟ ଭାଷଣ ଏବଂ ଘୃଣ୍ୟ ଅପରାଧ ପ୍ରତିରୋଧକ ଆଇନ’
·5 months ago·2 min read

Key Points
ଅପଶବ୍ଦ ଉପରେ ଲାଗିବ ଅଙ୍କୁଶ
ସୋସିଆଲ ମିଡିଆରେ ଅପଶବ୍ଦ ଉପରେ ଲାଗିବ ଅଙ୍କୁଶ
ଖୁବଶୀଘ୍ର ଆସିବ ଆଇନ୍
'ଘୃଣ୍ୟ ଭାଷଣ ଏବଂ ଘୃଣ୍ୟ ଅପରାଧ ପ୍ରତିରୋଧକ ଆଇନ’
ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କ ସୁଚନା
ସୋସିଆଲ ମିଡିଆରେ ଅପଶବ୍ଦ ଉପରେ ଲାଗିବ ଅଙ୍କୁଶ
ଖୁବଶୀଘ୍ର ଆସିବ ଆଇନ୍
'ଘୃଣ୍ୟ ଭାଷଣ ଏବଂ ଘୃଣ୍ୟ ଅପରାଧ ପ୍ରତିରୋଧକ ଆଇନ’
ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କ ସୁଚନା
ଭୁବନେଶ୍ବର,୦୮/୦୪ ସୋସିଆଲ ମିଡିଆ ହେଉ ବା କୌଣସି ସର୍ବସାଧାରଣ ସ୍ଥାନରେ ଅନେକ ଲୋକ ମନଇଚ୍ଛା ଅନ୍ୟମାନଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଉପରେ ଅଙ୍କୁଶ ଆଣିବା ପାଇଁ ଏକ ଆଇନ ଆଣିବାକୁ ଆଇନ କମିସନ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ‘ଘୃଣ୍ୟ ଭାଷଣ ଏବଂ ଘୃଣ୍ୟ ଅପରାଧ ପ୍ରତିରୋଧକ ଆଇନ’ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଲୋକଙ୍କ ଦରଖାସ୍ତର ଉତ୍ତରକୁ ୧୫ଦିନ ଭିତରେ ଦେବା ପାଇଁ ‘ସ୍ଵୀକୃତି ପାଇବାର ଅଧିକାର’ ଆସିବା ୧୫ ଦିନ ଭିତରେ ଉତ୍ତର ଦେବାକୁ ଆଇନରେ ବ୍ୟବସ୍ଥା ରହିବା ଯଦି ତଥ୍ୟ ଦିଆଯାଉ ନାହିଁ ତେବେ ସେ ଅଧିକାରୀଙ୍କ ସିସିଆରରେ ଏହା ଲେଖିବା ପାଇଁ କମିସନ ପ୍ରସ୍ତାବ ଦେଇଛନ୍ତି। ଆଜି ଓଡ଼ିଶା ରାଜ୍ୟ ଆଇନ ଆୟୋଗର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।
ଏହାସହ କହିଛନ୍ତି ଯେ ଆଇନ କମିସନ ଏମିତି ଅନେକ ନୂଆ ଓ ପୁରୁଣା ଆଇନକୁ ନେଇ ନିଜର ପ୍ରସ୍ତାବ ଦେଇଛନ୍ତି। ସରକାର ଏହାକୁ ବିଚାର କରି ପଦକ୍ଷେପ ନେବେ | ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଇନ ଆୟୋଗଙ୍କ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ଆୟୋଗଙ୍କ ନୂତନ ୱେବ୍ସାଇଟ୍ ଲୋକାର୍ପଣ କରିଥିଲେ। ଏହି ୱେବ୍ସାଇଟ୍ ପାରଦର୍ଶିତା ସୁନିଶ୍ଚିତ କରିବ ଏବଂ ଆଇନ ସଂଶୋଧନରେ ସାଧାରଣ ଅଂଶଗ୍ରହଣକୁ ଣକୁ ପ୍ରୋତ୍ସାହନ ପ୍ରୋସ ଦେବା ଏହା ରାଜ୍ୟ ଆଇନଗୁଡ଼ିକର ଆଧୁନିକୀକରଣକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ବୋଲି କହିଛନ୍ତି।
ଦେଶ ସ୍ବାଧୀନତାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି। ମଧ୍ୟସ୍ଥତା ଆଇନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି। ସେହିପରି ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରେ ୨୮୮ଟି ଘୃଣ୍ୟ ଅଦରକାରୀ ଆଇନ ପ୍ରତ୍ୟାହାର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଆସିଛି। ଏହା ଆଇନ ବ୍ୟବସ୍ଥାରେ ସୁଧାର କୁ ଆଣିବା ସହ ବିକଶିତ ଓଡ଼ିଶା ଗଠନ ପୂରଣ କରିବା ସହ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଦିଗ ଦେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ପଢନ୍ତୁ ଏହି ଖବର: ରାଜ୍ୟରେ ଭାଙ୍ଗୁଛି ଗୋ-ମାଫିଆଙ୍କ ଗଡ଼, ଧରା ହେଉଛନ୍ତି ଆଉ ସମ୍ପତ୍ତି ବି ହେଉଛି ଜବତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅବସରରେ ଆଇନ ଆୟୁକ୍ତ ଜଷ୍ଟିସ୍ ବିଶ୍ବନାଥ ରଥ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ, କାର୍ଯ୍ୟଧାଟ ଧାରା ଏବଂ ଲକ୍ଷ୍ୟ ପୂରଣ ଦିଗରେ କରିଥିବା କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ | ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନ ମଧ୍ୟରେ ଆଇନ ଆୟୋଗର ସଦସ୍ୟ ସୂର୍ଯ୍ୟପ୍ରସାଦ ମିଶ୍ର, ସୌରଚନ୍ଦ୍ର ମହାପାତ୍ର, ପ୍ରଫେସର ଲଳିତ କୁମାର ଦେବ, ସଦସ୍ୟ ସଚିବ ଗଙ୍ଗାଧର ସେଠୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Topics
Explore more stories